ମନରେଗାରେ ମହାଦୁର୍ନୀତି


ଥୁଆମୂଳରାମପୁର: ଫରେନର ମାନଙ୍କ ଫଟୋ ଅପଲୋଡ଼ କରି ଟଙ୍କା ଉଠାଣ ଭଳି ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ୨୦୨୪ -୨୫ ଆର୍ଥିକ ବର୍ଷରେ ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ଲୋହରାଜୋର ଗ୍ରାମରେ ମନରେଗା ଯୋଜନାରେ ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କେନ୍ଦୁମାଳି ପାହାଡ଼ରେ ଷ୍ଟାଙ୍ଗର ଟ୍ରେଞ୍ଚ କାମ ଚାଳିଛି। ଏଠାରେ କାର୍ୟ୍ୟରତ ଗାଁ ସାଥି , ଜିଆରଏସ, ଓ ଠିକାଦାର ମିଶି ଫରେନର ମାନଙ୍କ ଫଟୋ କୁ ଅପଲୋଡ଼ କରି ଟଙ୍କା ଉଠାଣ ପାଇଁ ଚକ୍ରାନ୍ତ ଚଳାଇଥିବା ଅଭିଯୋଗ ହେଉଛି। ବ୍ଳକର ପ୍ରତ୍ୟେକ ଗାଁ ରେ ମନରେଗା କାମ ଚାଲିଥିବାବେଳେ ଏନ୍.ଏମ୍.ଏମ୍.ଏସ ରେ ଶ୍ରମିକ ମାନଙ୍କ ଫୋଟ କୁ ଅପଲୋଡ଼ କରାଯାଇ କାମର ବିଲ୍ କରାଯାଉଛି। ଏହାର ସଠିକ ତଦନ୍ତ କରାଯାଉ ନଥିବା ଯୋଗୁଁ ମୋନରେଗା ଟଙ୍କା ହଡପ କରାଯାଉଛି। ହେଲେ ଏହି କାମରେ କେମିତି ବିଦେଶୀ ଙ୍କ ଫୋଟ ଅପଲୋଡ଼ କରାଗଲା ତାହା ବ୍ଳକ ପ୍ରଶାସନ କେମିତି ଜାଣି ପାରିଲା ନାହଁ ତାହା ହେଉଛି ବଡ ପ୍ରଶ୍ନ। ଏହାର ମାଷ୍ଟର ମାଇଣ୍ଡ କିଏ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ହେବାର ଆବଶ୍ୟକତା ରହିଥିବା ବେଳେ ଏନେଇ ବିଡିଓ ଧୃବ ଚରଣ ମୁଦୁଲି ଙ୍କୁ ପଚାରି ବାରୁ କାମର ବିଲ୍ କରାଯାଇ ନାହଁ ବୋଲି କହିଥିଲେ।

Leave a Reply

Your email address will not be published. Required fields are marked *