ରାଜଧାନୀରୁ ଧରା ପଡିଲେ ମୋଷ୍ଟ ୱାଣ୍ଟେଡ ଗ୍ୟାଙ୍ଗ

ରାଜଧାନୀରୁ ଧରା ପଡିଲେ ୬ କୁଖ୍ୟାତ ଅପରାଧୀ | କମିସନରେଟ ପୁଲିସକୁ ମିଳିଲା ବଡ଼ ସଫଳତା । ୬ କ୍ରାଇମ ସିଣ୍ଡିକେଟକୁ ଗିରଫ କଲା ପୁଲିସ । ସିଣ୍ଡିକେଟର ମୁଖ୍ୟ ରଶ୍ମି ସମେତ ୬ ଅଭିଯୁକ୍ତ ଗିରଫ ହୋଇଛନ୍ତି । ସେମାନଙ୍କ ନିକଟରୁ ମିଳିଛି ୫ଟି ଅତ୍ୟାଧୁନିକ ବନ୍ଧୁକ ।

୨୦୧୪ରୁ ଆକ୍ଟିଭ ଥିଲା ଏହି ଗ୍ୟାଙ୍ଗ । ଏମାନଙ୍କ ଭିତରୁ କେନ୍ଦ୍ରାପଡା ଓ ଖୋର୍ଦ୍ଧାରେ ହୋଇଥିବା ୨ଟି ହତ୍ୟାକାଣ୍ଡରେ ଥିଲେ ସାମିଲ । ବିହାରରୁ ବନ୍ଧୁକ ଆଣି ଓଡ଼ିଶାର ବିଭିନ୍ନ ସ୍ଥାନରେ ସପ୍ଲାଏ କରୁଥିଲେ ଏହି ଗ୍ୟାଙ୍ଗ | ସ୍ପେଶାଲ ସ୍କ୍ୱାର୍ଡ ଏମାନଙ୍କୁ ଗିରଫ କରିଛି । ବାଲି ମାଫିଆ, କଣ୍ଟ୍ରାକ୍ଟ କିଲିଂ, ସୁପାରୀ କିଲିଂ ଓ ଦାଦାବଟିରେ ଥିଲା ଏମାନଙ୍କ ହାତ ଓ ବନ୍ଧୁକ ଚାଳନାରେ ଏମାନେ ସିଦ୍ଧହସ୍ତ ଓ କେନ୍ଦ୍ରାପଡାରେ ଅପହରଣ, ହତ୍ୟା ଓ ମୃତଦେହକୁ ପୋଡ଼ିଦେବା ଘଟଣାରେ ଏମାନେ ଥିଲେ ମୋଷ୍ଟ ୱାଣ୍ଟେଡ ।

Leave a Reply

Your email address will not be published. Required fields are marked *