ଜଣାଶୁଣା ୟୁଟ୍ୟୁବର ଏଲଭିସ୍ ଯାଦବଙ୍କ ଘର ଉପରକୁ ଗୁଳି ମାଡ଼ । ଦୁର୍ବୃତ୍ତମାନେ ୨୫ ରାଉଣ୍ଡ ଗୁଳିମାଡ଼ କରିଛନ୍ତି ଏଲଭିସ୍ ଯାଦବଙ୍କ ଘରକୁ । ବର୍ତ୍ତମାନ ପୋଲିସ ଏଲଭିସ୍ ଯାଦବ ଓ ତାଙ୍କ ପୁରା ପରିବାରର ସୁରକ୍ଷାକୁ ନେଇ ତନାଘନା କରୁଛି । ସୁରକ୍ଷା ବ୍ୟବସ୍ଥା ଥାଇ ବି କିପରି ଗୁଳି ମାଡ଼ ହେଲା ତାହା ଯାଞ୍ଚ କରୁଛି ପୋଲିସ । କିଛି ଦୁର୍ବୃତ୍ତମାନେ ବାଇକରେ ଆସି ଏଲଭିସଙ୍କ ଘର ଉପରକୁ ଗୁଳି ମାଡ଼ କରି ଫେରାର ହୋଇଯାଇଥିଲେ । ବିଗ୍ ବସ୍ ୱିନର, ଫେମସ୍ ୟୁଟ୍ୟୁବର ଏଲଭିସ୍ ଯାବଦଙ୍କ ଗୁରୁଗ୍ରାମ ସ୍ଥିତ ଘର ଉପରକୁ ସକାଳ ସାଢ଼େ ୫ଟାରେ ଗୁଳିମାଡ଼ ହୋଇଛି । ପୋଲିସ ସମ୍ପୂର୍ଣ୍ଣ ଘରକୁ ଘେରାବନ୍ଦୀ କରି ତଲାସୀ ଚଳାଇଛି । ଅଚାନକ ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟ ସୃଷ୍ଟି ହୋଇଛି ।
