ଏବେ କେ-ଡ୍ରାମା ସାରା ବିଶ୍ୱରେ ନୂଆଧାରା ସୃଷ୍ଟି କରିଛି। ଦକ୍ଷିଣକୋରିଆରେ ଏହି ଡ୍ରାମା ଅନ୍ୟଦେଶର ଡ୍ରାମା ବା ଧାରାବାହିକ ଠାରୁ ସ୍ୱତନ୍ତ୍ର ମନେହୁଏ। ଏହି ଡ୍ରାମାରେ ଇତିହାସଠାରୁ ଆରମ୍ଭ କରି ରୋମାଞ୍ଚକ, ରହସ୍ୟ, କ୍ରାଇମ୍, ଥ୍ରୀଲର୍, ବ୍ୟବସାୟ ପରି ବିଭିନ୍ନ କ୍ଷେତ୍ରକୁ ଆପଣେଇ ନେଇଛନ୍ତି ଯୁବପିଢି। ବଲିଉଡ୍, ହଲିଉଡ୍ ଏବଂ ଟ୍ରଲିଉଡ୍ ପରେ ବଦଳିଲା ଲୋକମାନଙ୍କର ସ୍ୱାଦ । ଏହି କୋରିଆନ୍ ଡ୍ରାମାର ନାମ ହେଉଛି କେ-ଡ୍ରାମା, ଅଧିକାଂଶ ଲୋକ କରୋନା ସମୟରେ ଏହି ଡ୍ରାମା ପ୍ରତି ଆକର୍ଷିତ ହୋଇଥିଲେ। ଯେଉଁ ସମୟରେ ଲୋକମାନଙ୍କ ପାଖରେ କିଛି ନୂଆ ଚଳଚିତ୍ର ବା ଟେଲିଧାରାବାହିକ ନଥିଲା, ସେହି ସମୟରେ କେ-ଡ୍ରାମା ଅନେକ ପ୍ରକାରର ଡ୍ରାମା ରିଲିଜ୍ କରୁଥିଲା। ଅଧିକାଂଶ ଯୁବକ, ଯୁବତୀ କେ-ଡ୍ରାମା ଦେଖି ଆକର୍ଷିତ ହେଉଛନ୍ତି। ସେଠାକାର ନିୟମ ଅନୁଯାୟୀ GSK( global korea scholarship) ଏହି ସ୍କଲାରସିପ୍ ଦ୍ୱାରା ବାହାର ଦେଶର ପିଲାମାନେ ସେଠାରେ ଯାଇ ପାଠ ପଢ଼ିଥାନ୍ତି । ଏହି ସମୟରେ କୋରିଆର ସରକାର ସେଇ ପିଲାମାନଙ୍କ ପାଇଁ ରହିବା, ଖାଇବା, ପଢିବାର ଦାୟିତ୍ୱ ନେଇଥାନ୍ତି। ଆମ ଓଡ଼ିଆ ସିରିଆଲ୍ ହେଉ ବା ହିନ୍ଦି ସିରିଅଲ୍ ହେଉ ଯେପରି ବର୍ଷ ବର୍ଷ ଧରିଚାଲିଥାଏ କୋରିଆନ୍ ଡ୍ରାମାରେ ସେହିପରି ଘଟିନଥାଏ। ଏହାମାତ୍ର ୧୨ ରୁ ୧୬ଟି ଏପିସୋଡ୍ ପଯ୍ୟନ୍ତ ସିମୀତ ଥାଏ । ଅଧିକାଂଶ ଲୋକ ଆପଣେଇଛନ୍ତି କୋରିଆନ୍ କଳା, ସଂସ୍କୃତି, ପରମ୍ପରା ଏବଂ ଖାଦ୍ୟକୁ । ଏହି ଡ୍ରାମା ଏତେ ବିଶ୍ୱ ପ୍ରସିଦ୍ଧ ଲାଭ କରିଛି ଯେ, ଏବେ ଆମେରିକା ନୁହେଁ ଭାରତରେ ମଧ୍ୟ ଅଧିକାଂଶ ଲୋକ ଦେଖିଲେଣି। ତାଙ୍କର କିଛି ଖାଦ୍ୟ ମଧ୍ୟ ଲୋକେ ଆପଣେଇ ନେଲେଣି ଯେପରି ସୁଶି, ରାମିୟନ୍, ଟକ୍- ବୋକି। ତାଙ୍କର କିଛି ଲୋକପ୍ରିୟ ଡ୍ରାମାଗୁଡିକ ହେଉଛି ଦ କିଙ୍ଗସ୍-ଲେଟର୍, ପିନୋଚିଓ ଏହାର ମୁଖ୍ୟା ଭାଷା କୋରିଆ ଥିଲାବେଳେ ଅନ୍ୟାନ ଭାଷାରେ ମଧ୍ୟ ଡବିଙ୍ଗ୍ ହୋଇଛି। ଏହି ଡ୍ରାମା ଇଂରାଜୀ, ହିନ୍ଦୀ, ସ୍ପାନିଷ୍, ଜାପାନିସ୍ ପରି ପ୍ରମୁଖ ଭାଷାରେ ମୁକ୍ତିଲାଭ କରିଛି । ଲୋକମାନଙ୍କ ମତାମତ ଅନୁସାରେ, ପ୍ରତେକ କେ-ଡ୍ରାମାରେ କିଛି ଶିଷା ଗ୍ରହଣୀୟତା ରହିଥାଏ, ଏହାର କାହାଣୀ ବିଶେଷ ଭାବରେ ଭାବନାପୂର୍ଣ୍ଣ ଓ ହୃଦୟସ୍ପର୍ଶୀ ହୋଇଥାଏ ।
କୋରିଆନ ଡ୍ରାମାରେ ପ୍ରଭାବିତ ଯୁବକ ଯୁବତୀ
