ଦିଲ୍ଲୀ ଯିବେ ସୁରୁ ତୁରିଆ

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା କୁସୁମି ବ୍ଲକ ବାସାଘୁଟୁ ଗ୍ରାମର ଆଦିବାସୀ ମହିଳା ସୁରୁ ତିରିଆଙ୍କୁ ପାଖକୁ ଆସିଛି ଦିଲ୍ଲୀ ଡାକରା ରାଷ୍ଟ୍ରପତି ଭବନରୁ । ଆଦିବାସୀ ମହିଳା ସୁରୁ ତୁରିଆ ଯିବେ ଦିଲ୍ଲୀ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ସମସ୍ତ ଯୋଜନାରେ ସାମିଲ ହୋଇ ଏହାର ଲାଭ ଉଠାଇ ପାରିଥିବାରୁ ସୁରୁ ତିରିଆ ରାଷ୍ଟ୍ରପତିଙ୍କ ନଜରକୁ ଆସିଛନ୍ତି । ଆସନ୍ତା ସ୍ୱାଧୀନତା ଦିବସ ସମାରୋହରେ ଯୋଗଦେବା ପାଇଁ ରାଷ୍ଟ୍ରପତି ଭବନରୁ ଆସିଛି ନିମନ୍ତ୍ରଣ, ସେଥି ପାଇଁ ତାଙ୍କୁ ଦିଲ୍ଲୀ ଡାକରା ପଡିଛି । ଆସନ୍ତା ସ୍ୱାଧୀନତା ଦିବସରେ ରାଷ୍ଟ୍ରପତି ଭବନରେ ହେବାକୁ ଥିବା ଭୋଜିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସୁରୁ ତିରିଆ ଜଣେ ଗରିବ ପରିବାରର ଅବିବାହିତ ମହିଳା। ଘରର ସମସ୍ତ କାମ ସହ ଚାଷବାସରେ ପରିବାର ଲୋକଙ୍କୁ ସହଯୋଗ କରନ୍ତି । ସୁରୁ ତୁରିଆଙ୍କ ପାଖକୁ ରାଷ୍ଟ୍ରପତିଙ୍କ ପାଖରୁ ଆସିଛି ଫାଇଲ । ସବୁ କାଗଜପତ୍ର ଗୁଡିକୁ ଦେଖିବା ପାଇଁ ଗାଁଟା ସାରା ଲୋକ ଦୌଡ଼ି ଆସିଛନ୍ତି । ରାଷ୍ଟ୍ରପତି ଭବନରୁ ଆସିଥିବା ନିମନ୍ତ୍ରଣ ପତ୍ର ପାଇ ବେସ ଖୁସି ଅଛନ୍ତି ସୁରୁ ତିରିଆଙ୍କ ପରିବାର ଓ ଗ୍ରାମବାସୀ । ଏବେ ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ସୁରୁ ତିରିଆ । ତେବେ ଏଇଟା ତାଙ୍କ ଜୀବନର ସବୁଠୁ ବଡ଼ ଖୁସି ହୋଇଥିବା ବେଳେ ସେ ମାନ୍ୟବର ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Rashtrapati Bhavan is the official home of the President of India

Leave a Reply

Your email address will not be published. Required fields are marked *