ବିହାର ବିଧାନସଭା ନିର୍ବାଚନ ତାରିଖ ପାଖେଇ ଆସୁଥିବାରୁ ରାଜନୈତିକ ତାପମାତ୍ରା ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏନ୍ଡିଏ ପାଇଁ ପ୍ରଚାର କରୁଛନ୍ତି। ଆରାରେ ବିରୋଧୀଙ୍କୁ ତୀବ୍ର ସମାଲୋଚନା କରି ବିହାରରେ ଜଙ୍ଗଲରାଜ ନ ଫେରିବା କଥା ଉଠାଇଛନ୍ତି। ଏଥିସହିତ କଂଗ୍ରେସ ଓ ଆରଜେଡି ଉପରେ ବର୍ଷିଛନ୍ତି ମୋଦୀ। ଆଜି ମୋଦୀଙ୍କ ମାରାଥନ କାର୍ଯ୍ୟକ୍ରମ ରହିଛି, ଏହି ସଭା ପରେ ବିହାରର ନୱାଡ଼ାରେ ନିର୍ବାଚନୀ ରାଲିରେ ଯୋଗଦେବା ସହିତ ପାଟନାରେ ମେଗା ରୋଡସୋ’ କରିବେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଆଜି ବିହାରରେ ପ୍ରଚାର କରୁଛନ୍ତି ।
ବିହାରରେ ଯୋଜନା ବର୍ଷା, ମୈଦାନରେ ମୋଦି
