ଚିନ୍ତାରେ ମାଲିକ ମଲ୍ରୁ ଲୁଟିନେଲେ ଗ୍ରାହକ

ପାକିସ୍ତାନ : ବ୍ୟବସାୟ ଆରମ୍ଭ ନ ହେଉଣୁ ଭାଙ୍ଗିଗଲା ମାଲିକଙ୍କର ସ୍ବପ୍ନ। ମଲ୍ ଉଦଘାଟନ ଅବସରରେ ରିହାତି ଘୋଷଣା କରିଥିଲା କମ୍ପାନୀ। ଆଉ ଅନେକ ଲୋକ ଏହି ରିହାତି ଖବର ପାଇ ମଲରେ ପ୍ରବଳ ଭିଡ଼ ଜମାଇଥିଲେ। ପ୍ରଥମେ ମଲ୍ ମାଲିକ ଏଭଳି ଭିଡ଼ ଦେଖି ଖୁସି ମଧ୍ୟ ହୋଇଯାଇଥିଲେ । କିନ୍ତୁ ମାଲିକଙ୍କର ଖୁସି ବେଶୀ ସମୟ ରହିଲା ନାହିଁ। ସ୍ଥିତି ଏଭଳି ସୃଷ୍ଟି ହେଲା ଯାହା ମଲ୍ ମାଲିକ କେବେ ଆଶା କରିନଥିଲେ । ପାକିସ୍ତାନ କରାଚିର ଗୁଲିସ୍ତାନ-ଏ-ଜୌହର ଅଞ୍ଚଳରେ ଥିବା ଡ୍ରିମ୍ ବଜାର ମଲର ସେପ୍ଟେମ୍ବର ୧ ତାରିଖ ଅପରାହ୍ନ ୩ଟାରେ ଭବ୍ୟ ଉଦଘାଟନ ଥିଲା। ମଲର ସଟର ଖୋଲିବା ମାତ୍ରେ ହଜାର ହଜାର ଲୋକ ମଲ୍ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ।

ଏହି ଦିନରେ ଲୋକେ ମଲ୍ ଭିତରକୁ ପଶି ସମ୍ପତ୍ତି ନଷ୍ଟ କରିବା ସହ ଲୁଟପାଟ କରି ସବୁ ଜିନିଷ ନେଇ ପଳାଇ ଯାଇଥିବା ଦେଖିବାକୁ ମିଳିଛି। ମଲ୍ କର୍ମଚାରୀମାନେ ଭିଡ଼କୁ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ ବିଫଳ ହୋଇଥିବା ଦେଖିବାକୁ ମିଳିଥିଲା। ଆଉ ପରିସ୍ଥିତି ପୂରା ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ମଲ୍ ଭିତରେ ଜିନିଷପତ୍ର ଏଣେ ତେଣେ ହୋଇ ରହିଥିଲା। ଦୋକାନୀମାନେ ଯାହା କିଛି ଜିନିଷ ପାଉଥିଲେ ତାହା ଛଡ଼ାଇ ନେବାକୁ ଚେଷ୍ଟା କରୁଥିଲେ। ମଲ୍ ଭିତରେ ପଶି ଲୋକମାନେ ଏଭଳି ଲୁଟପାଟ କରିଥିବାର ଅନେକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

Leave a Reply

Your email address will not be published. Required fields are marked *