ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ସମ୍ବଲପୁର ଗ୍ରାମର ଅଚ୍ୟୁତ ନାୟକଙ୍କ ପୁଅ ଅନିଲ ନାୟକ କେରଳର ଏକ ପ୍ଲାଏ ଉଡ଼ କମ୍ପାନୀରେ ଦୀର୍ଘ 3ବର୍ଷ ହେଲା କାର୍ଯ୍ୟ କରୁଆସୁଥିଲେ । କିନ୍ତୁ ଗତକାଲି ରାତିରେ ପୁଅ କମ୍ପାନୀ ପରିସରରେ ନିଜକୁ ଦଉଡି ଲଗାଇ ଆତ୍ମହତ୍ୟା କରିଥିବା ନେଇ ପରିବାର ଲୋକଙ୍କ ନିକଟକୁ ଫୋଟ ଭିଡିଓ ପହଁଚିଥିଲା । ପରେ ପରିବାର ଲୋକ ପୁଅର ଏଭଳି ମୃତ୍ୟୁ ଖବର ଶୁଣି ହତବାକ ହୋଇ ଯାଇଥିବାବେଳେ କେରଳରୁ ନିଜ ଘରକୁ କିପରି ପୁଅର ଶବ ଆସିବ ପୁରା ପରିବାର ଚିନ୍ତିତ । ଏପଟେ ଖବର ଶୁଣି ଯୁବ ସମାଜସେବୀ ବିକାଶ ମହାକୁଡ଼ ମୃତକଙ୍କ ପରିବାରଙ୍କ ନିକଟରେ ପହଁଚି ପ୍ରଶାସନ ଓ ଶ୍ରମ ଅଧିକାରୀଙ୍କୁ ଗାଁରେ ମୃତ ଶ୍ରମିକଙ୍କ ଶବ ପହଞ୍ଚାଇବା ପାଇଁ ନିବେଦନ କରିଛନ୍ତି । ଅନ୍ୟପଟେ ପୁଅର ଶବକୁ ଅସହାୟ ବାପା ମା ଓ ପରିବାର ଲୋକ ଅପେକ୍ଷାରେ ରହିଛନ୍ତି ।
କେରଳରେ ଶ୍ରମିକଙ୍କ ଆତ୍ମହତ୍ୟା
