ନୂଆଦିଲ୍ଲୀ, ୧୯/୦୭: ଆଜି ଠୁ ଆରମ୍ଭ ହେଉଛି ମହିଳା ଏସିଆ କପ ଟି-୨୦ | ମୁହାଁମୁହିଁ ହେବେ ଚିର ପ୍ରତିଦ୍ୱନ୍ଦୀ ଭାରତ ଏବଂ ପାକିସ୍ତାନ । ଅକ୍ଟୋବରରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟ ପ୍ରତ୍ୟେକ ଦଳ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଛି । ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୬ଟା ସମୟରେ ଶ୍ରୀଲଙ୍କାରେ ଖେଳାଯିବ ଏହି ମ୍ୟାଚ୍। ଷ୍ଟାରସ୍ପୋର୍ଟ୍ସ ନେଟୱାର୍କରେ କରାଯିବ ପ୍ରସାରଣ ।
ହରମନପ୍ରୀତ କୌରଙ୍କ ନେତୃତ୍ୱରେ ପାକିସ୍ତାନ ବିପକ୍ଷରେ ଆଜି ମଇଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ । ଏସିଆ କପରେ ଭାରତୀୟ ମହିଳା ଦଳ ସବୁଠାରୁ ମଜବୁତ ଦଳ ରହିଛି ।ପାକିସ୍ତାନ ବିପକ୍ଷରେ ଭାରତ ୬ଟିରୁ ୫ଟି ମ୍ୟାଚ୍ ଜିତିଛି । ପ୍ରଥମ ଦିନରେ ଗ୍ରୁପ୍-ଏ ରେ ୨ଟି ମ୍ୟାଚ୍ ରହିଛି,ନେପାଳ ଏବଂ ୟୁଏଇ,ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯିବ।
ଚଳିତବର୍ଷ ଏସିଆ କପ୍ ଟି-୨୦ ଫର୍ମାଟରେ ଆୟୋଜିତ ହେଉଛି । ମହିଳା ଏସିଆ କପ୍-ଟି୨୦ରେ ମୋଟ ୨୦ଟି ମ୍ୟାଚରୁ ୧୭ଟି ବିଜୟୀ ହାସଲ କରିଛି । ୨୦୨୨ ଫାଇନାଲ ମ୍ୟାଚରେ ବାଂଲାଦେଶକୁ ମାତ୍ ଦେଇ ଚମ୍ପିଆନ୍ ହୋଇଥିଲା ଦଳ । ଏହାବ୍ୟତୀତ ପାକିସ୍ତାନ ବିପକ୍ଷରେ ଟୁର୍ଣ୍ଣାମେଣ୍ଟ ୧୪ ଥର ମୁହାଁମୁହିଁ ହୋଇଥିବା ବେଳେ ୧୧ଟି ମ୍ୟାଚ ଉପରେ କବଜା କରିଛି ଟିମ ଇଣ୍ଡିଆ ଏହି ରେକର୍ଡକୁ ଆଗେଇ ନେବା ଲକ୍ଷ୍ୟରେ ଆଜି ପାକିସ୍ତାନକୁ ଭେଟିବ । ଗୋଟିଏ ବର୍ଷର ରେକର୍ଡ ଦେଖିଲେ ୧୭ଟି ମ୍ୟାଚରୁ ଟିମ୍ ଇଣ୍ଡିଆ ୧୦ଟି ବିଜୟ-୫ଟି ପରାଜୟ ହୋଇଛି । ଅନ୍ୟପକ୍ଷରେ ଭାରତ ଅପେକ୍ଷା ପାକିସ୍ତାନ ଏହି ସମୟସୀମା ମଧ୍ୟରେ ଅଧିକ ଟି-୨୦ ମ୍ୟାଚ ଖେଳିଛି । ପାକିସ୍ତାନ ୧୯ଟି ମ୍ୟାଚରୁ ୭ଟି ଜିତିବା ସହ ୧୨ଟି ହାରିଛି । ଟି-୨୦ରେ ଭାରତ-ପାକିସ୍ତାନ ଉଭୟଙ୍କୁ ୧୪ଥର ଭେଟିଛନ୍ତି ଭାରତ ୧୧ଟି ଜିତିଥିବାବେଳେ ୩ଟିରେ ପରାଜିତ ହୋଇଛି।

ଦଳର ପୂର୍ବତନ ଅଧିନାୟକ ସ୍ମୃତି ମନ୍ଧାନାରେ ଦମଦାର ଫର୍ମରେ ରହିଥିବାରୁ ଭାରତ ପାଇଁ ଏହା ଖୁବ ଫଳପ୍ରଦ ହେବ ବୋଲି ଆଶା କରାଯାଉଛି । ଏହାବ୍ୟତୀତ ଦଳର ବୋଲର ମଧ୍ୟ ବେଶ୍ ସୁନ୍ଦର ପ୍ରଦର୍ଶନ କରିଛନ୍ତି । ଷ୍ଟାର ବୋଲର ପୂଜା ବସ୍ତ୍ରକାର ଦକ୍ଷିଣ ଆଫ୍ରିକା ବିପକ୍ଷ ୩ଟି ମ୍ୟାଚରୁ ୮ଟି ୱିକେଟ ନେଇଥିବା ବେଳେ ରାଧା ଯାଦବ ମଧ୍ୟ ଦମଦାର ବୋଲିଂ କରୁଛନ୍ତି । ଏହାବ୍ୟତୀତ ଦିପ୍ତୀ ଶର୍ମା, ସଜୀବନ ସାଜନା ଏବଂ ଶ୍ରେୟଙ୍କା ପାଟିଲଙ୍କ ଉପରେ ଭରଷା କରିଛି ଟିମ ଇଣ୍ଡିଆ ।
କ’ଣ ରହିବ ପ୍ଲେଇଙ୍ଗ-୧୧?
ଭାରତ: ହରମନପ୍ରୀତ କୌର(ଅଧିନାୟକ), ସ୍ମୃତି ମନ୍ଧାନା, ଶେଫାଳୀ ବର୍ମା, ଜେମିମା ରୋଡ୍ରିଗ୍ସ, ରିଚା ଘୋଷ, ଉମା ଛେତ୍ରୀ, ପୂଜା ବସ୍ତ୍ରାକର, ଦିପ୍ତୀ ଶର୍ମା, ଅରୁନ୍ଧତୀ ରେଡ୍ଡୀ, ରେଣୁକା ସିଂହ, ଡି. ହେମଲତା, ଆଶା ଶୋଭନା, ରାଧା ଯାଦବ, ଶ୍ରେୟଙ୍କା ପାଟିଲ, ସଜୀବନ ସଜନା
ପାକିସ୍ତାନ: ନିଦା ଡାର(ଅଧିନାୟକ), ଆଲିଆ ରିୟାଜ, ଡାୟନା ବେଗ୍, ଫାତିମା ସନା, ଗୁଲ ଫିରୋଜା, ଇରମ୍ ଜାବେଦ, ମୁନିବା ଅଲୀ, ନଜିହା ଅଲୱୀ, ନାଶରା ସନ୍ଧୁ, ଓମାଇମା ସୋହେଲ, ସାଦିୟା ଇକବାଲ, ସିଦରା ଅମୀନ୍, ସେୟଦା ଅରୁବ ଶାହ, ତସ୍ମିୟା ଣୁବାବ, ତୁବା ହସନ୍