ବଙ୍ଗୋପସାଗରରେ ଦୁଇଟି ଲଘୁଚାପ। ହେଲେ ପଡିବନି ଓଡିଶା ଉପରେ କିଛି ପ୍ରଭାବ। ଆସନ୍ତା ୩୦ରୁ ଡିସେମ୍ବର ୨ ତାରିଖ ଭିତରେ ଦକ୍ଷିଣ ଓଡିଶାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କଲା ପାଣିପାଗ ବିଭାଗ। ଏବେ ସୁମଦ୍ରରେ ୨ଟି ଲଘୁଚାପ ରହିଛି। ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଗଭୀର ଅବପାତ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରି ବାତ୍ୟା ଭୟଙ୍କର ରୂପ ନେଇଛି। ବାତ୍ୟା ସେନ୍ୟାର ଇଣ୍ଡୋନେସିଆ ଉପକୂଳକୁ ଅତିକ୍ରମ କରିବ ବୋଲି ଚିତ୍ର ସ୍ପଷ୍ଟ ହୋଇଛି। ତେବେ ଏହି ଲଘୁଚାପର ପ୍ରଭାବ ଓଡ଼ିଶାରେ ପଡୁ ନଥିବା ବେଳେ, ଶ୍ରୀଲଙ୍କା ଉପକୂଳ ସମୁଦ୍ରରେ ସୃଷ୍ଟି ଲଘୁଚାପ ୨୮ କିମ୍ବା ୨୯ ତାରିଖ ବେଳକୁ ବାତ୍ୟାରେ ପରିଣତ ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ସମ୍ଭାବ୍ୟ ବାତ୍ୟାର ପ୍ରଭାବ ତାମିଲନାଡୁ ଓ ଆନ୍ଧ୍ରରେ ରହିବ ବୋଲି ବିଭିନ୍ନ ମଡେଲ ଆକଳନ କରିଛନ୍ତି। ତେବେ ଶ୍ରୀଲଙ୍କା ଉପକୂଳରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବାତ୍ୟାର ପ୍ରଭାବରେ ୩୦ରୁ ଡିସେମ୍ବର୨ ତାରିଖ ଭିତରେ ରାଜ୍ୟର ଦକ୍ଷିଣ ଓଡିଶାର କିଛି କିଛି ଜିଲ୍ଲା ମାନଙ୍କରେ ସାମନ୍ୟ ହେବ। ରାଜ୍ୟରେ କିଛି ଦିନ ଧରି ତାପମାତ୍ରା ବୃଦ୍ଧି ପାଉଥିବା କାରଣରୁ ଶୀତ କାମୁଛି। ଦୁଇ ଦୁଇଟି ଲଘୁଚାପ ଆକ୍ଟିଭ କାରଣରୁ ବାୟୁମଣ୍ଡଳରେ ବଙ୍ଗୋପ ସାଗରରୁ ପ୍ରବେଶ କରୁଛି ଜଳୀୟ ବାଷ୍ପ। ଏହା ପ୍ରଭାବରେ ଶୀତ କମୁଛି। ତେବେ ଡିସେମ୍ବର ୩ ପରେ ହାଡ଼ଭଙ୍ଗା ଶୀତ ଅନୂଭତ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ଡିସେମ୍ବର ୩ ପରେ ଶୀତ ବଢିବ
