ପୁଣି ସରଗରମ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ

ଗୋଟିଏ ଦିନ ବିରତି ପରେ ପୁଣି ସରଗରମ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ। ଆଜି ପ୍ରଶ୍ନ କାଳରେ ଗୃହ, ଅର୍ଥ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଆଲୋଚନା ରହିଛି । ସେହିଭଳି ଶୂନ୍ୟକାଳରେ ଉଭୟ ଶାସକ ଓ ବିରୋଧୀ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ଗୃହରେ ଉଠାଇବେ। ସେପଟେ ଆଜି ଗୃହରେ ବିରୋଧୀ ଦଳ ପକ୍ଷରୁ ମୁଲତବୀ ପ୍ରସ୍ତାବ ଆଗତ କରାଯାଇଛି। ଭଦ୍ରକ ଜିଲ୍ଲାରେ ମା ନେଇଥିଲା SHG ଋଣ, କିସ୍ତି ଖିଲାପ ଯୋଗୁଁ ଝିଅ ମାଡଖାଇ ଲହୁଲୁହାଣ, ମହିଳା ସଶକ୍ତି କରଣରେ ଏକଦା ସଫଳ ଓଡିଶାର ଏବେକାର ଏକ ଉଦାହରଣ ବିଷୟ ଉପରେ ବିଜେଡି ପକ୍ଷରୁ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହେବ। ଏନେଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଉତ୍ତର ରଖିବେ। ଅନ୍ୟପଟେ ଆଇନ ଶୃଙ୍ଖଳା ଏବଂ ଚାଷୀ ସମସ୍ୟାକୁ ନେଇ ସରକାରଙ୍କୁ ଘେରିପାରନ୍ତି ବିରୋଧୀ।

Leave a Reply

Your email address will not be published. Required fields are marked *