ବାଂଲାଦେଶ : ବାଂଲାଦେଶ ରେ ଆରମ୍ଭ ହୋଇଯାଇଛି ୟୁନୁସ ସରକାର। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଇସ୍ତଫା ଦେବାପରେ ନୋବେଲ ଶାନ୍ତି ପୁରସ୍କାର ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଅନ୍ତରୀଣ ସରକାର ଗଠନ ହୋଇଛି। ତେବେ ଦେଶରେ ବ୍ୟାପକ ହିଂସା ପରେ ବାଂଲାଦେଶ ଛାଡ଼ି ପଳାଇ ଆସିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଦେଶକୁ ଫେରିବେ। ଏବଂ ଯଦି ସେଠାରେ ନିର୍ବାଚନ ହୁଏ ତେବେ ଶେଖ୍ ହସିନା ମଧ୍ୟ ନିର୍ବାଚନ ଲଢିପାରନ୍ତି। ଏନେଇ ହସିନାଙ୍କ ପୁଅ ସାଜିବ ୱାଜିଦ ଜୟ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ସମୟରେ କହିଛନ୍ତି। ଇସ୍ତଫା ଦେବା ପରେ ଶେଖ୍ ହସିନା ବାଂଲାଦେଶ ଛାଡି ଭାରତ ପଳେଇ ଆସିଥିଲେ ଏବଂ ବର୍ତ୍ତମାନ ସେ ଭାରତରେ ଅଛନ୍ତି। ଏହାପରେ ସେ ଇଂଲଣ୍ଡ କିମ୍ବା ଅନ୍ୟ କେଉଁ ଦେଶ ଯିବା ନେଇ ଚର୍ଚ୍ଚା ହେଉଥିବା ମଧ୍ୟରେ ତାଙ୍କ ପୁଅ ଏଭଳି ପ୍ରତିକ୍ରିୟା ଦେଇଛନ୍ତି। ଅନ୍ୟପଟେ ନିୟମ ଅନୁସାରେ, 90 ଦିନ ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ରାଷ୍ଟ୍ରପତି ଏପର୍ଯ୍ୟନ୍ତ ନିର୍ବାଚନ ତାରିଖ ଘୋଷଣା କରିନାହାନ୍ତି। ଯଦି ସେଠାରେ ନିର୍ବାଚନ ହୁଏ ତେବେ ଶେଖ୍ ହସିନା ମଧ୍ୟ ନିର୍ବାଚନ ଲଢିପାରନ୍ତି। ଏନେଇ ହସିନାଙ୍କ ପୁଅ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ସମୟରେ କହିଛନ୍ତି। ବାଂଲାଦେଶରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଗତ ଦୁଇ ମାସ ହେବ ସେଠାରେ ହିଂସା ଲାଗି ରହିଥିଲା। ଏହି ହିଂସା ରେ ୩୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇ ଥିବାବେଳେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ସ୍ଥିତି ଅଣାୟତ୍ତ ହେବାରୁ ଶେଖ୍ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସଙ୍ଗେ ସଙ୍ଗେ ଭାରତ ଚାଲି ଆସିଥିଲେ। ଏହାପରେ ଶେଖ୍ ହସିନାଙ୍କ ସରକାରୀ ବାସଭବନକୁ ଧସେଇ ପଶିଥିଲେ ଆନ୍ଦୋଳନକାରୀ ।
ବାଂଲାଦେଶ କୁ ଫେରିବେ କି ଶେଖ୍ ହସିନା ?
