ଢେ଼ଙ୍କାନାଳ ଜିଲ୍ଲା ଭୁବନ ବନଖଣ୍ଡ ଅଞ୍ଚଳରେ ବିଚରଣ କରୁଛନ୍ତି ଦୁଇଟି ଦନ୍ତା ଏବଂ ଗୋଟିଏ ମାଇ ହାତୀ । ବର୍ତ୍ତମାନ ଦୁଇଟି ଦନ୍ତା ହାତୀ ଭୁବନ ଅଞ୍ଚଳରୁ ଯାଇ ସୁକିନ୍ଦା ବନଖଣ୍ଡରେ ଉପଦ୍ରବ ଚଳାଇଥିବାବେଳେ ମାଇ ହାତୀକୁ ଭୁବନ ଅଞ୍ଚଳରେ ଦେଖିବାକୁ ମିଳିଛି । ଗତକାଲି ରାତିରେ ଭୂଷଳ ପଞ୍ଚାୟତର କଞ୍ଚଳ ଵାହାଳି ଗ୍ରାମର ଦୁଇଟି ପରିବାର ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡିଛି । ହାତୀଟି ଉଭୟଙ୍କ ଘର ପିଲର୍ ଭାଙ୍ଗି ଦେଇଥିବା ବେଳେ ଘର ଆଜବେଷ୍ଟ ମଧ୍ୟ ଭାଙ୍ଗିଛି । ତେବେ ଉଭୟଙ୍କ ପରିବାର ଲୋକେ ଘରୁ ଦୌଡ଼ି ପଳାଇବାରୁ ହାତୀ କବଳରୁ ରକ୍ଷା ପାଇଛନ୍ତି । ହାତୀଟି ବର୍ତ୍ତମାନ ଜନ ବସତି ମୁହାଁ ହୋଇଥିବାରୁ ଭୟର ବାତାବରଣ ମଧ୍ୟରେ ଅଛନ୍ତି ଗ୍ରାମବାସୀ । ଯାହାକି ଭୁବନ ବନ ବିଭାଗର ନିଷ୍କ୍ରିୟତାକୁ ପଦାରେ ପକାଉଛି ।
ଜଙ୍ଗଲୀ ହାତୀଙ୍କ ଉନ୍ମତ କାଣ୍ଡ, ଅଳ୍ପକେ ବର୍ତ୍ତିଲେ ଦୁଇଟି ପରିବାର
