କାହିଁକି ରାଗିଗଲେ ଦିଦି ?

ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତା ରେ ନୀତି ଆୟୋଗର ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ବିକାଶ ପ୍ରସଙ୍ଗ ଏବଂ ନୀତି ସମ୍ବନ୍ଧୀୟ ଆଲୋଚନା ଏହି ବୈଠକ ରେ କରାଯାଇଥିଲା । ଲୋକସଭାରେ ବଜେଟ ଆଗତ ହେବାପରେ ଏହି ବୈଠକକୁ ଅନେକ ବିରୋଧୀ ଦଳର ସଦସ୍ୟ ବୟକଟ୍‌ କରିଥିଲେ । ବିରୋଧୀ ମାନଙ୍କର ବୟକଟ୍‌ ସତ୍ତ୍ୱେ ମଧ୍ୟ ସେଠାରେ ଉପସ୍ଥିତ ରହିଥିଲେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କିନ୍ତୁ ଏବେ ସେ ଅଭିଯୋଗ ଆଣିଛନ୍ତି ଯେ ଯେତେବେଳେ ବୈଠକରେ ସେ ନିଜର ମତ ରଖିବା ପାଇଁ ଯାଇଥିଲେ ସେଠାରେ ତାଙ୍କ ମାଇକ୍‌କୁ ବନ୍ଦ କରି ଦିଆଯାଇଥିଲା। ସେ ସେଠାରେ ମାତ୍ର ପାଞ୍ଚ ମିନିଟରୁ ଅଧିକ ସମୟ ପାଇଁ କଥା ମଧ୍ୟ କହି ପାରିନଥିଲେ। ଯାହାକି ତାଙ୍କ ପାଇଁ ବେଶ୍‌ ଅପମାନଜନକ ବୋଲି ସେ କହିଛନ୍ତି। ଦିଲ୍ଲୀରେ ଆୟୋଜିତ ହୋଇଥିବା ଏହି ବୈଠକରେ ବିରୋଧୀ ଶାସିତ ରାଜ୍ୟରୁ ଏକମାତ୍ର ମୁଖ୍ୟମନ୍ତ୍ରୀ ଭାବେ ପଶ୍ଚିମବଙ୍ଗ ର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପସ୍ଥିତ ହୋଇଥିଲେ। ମାତ୍ର ସେ ଦାବି କରିଛନ୍ତି ଯେ ଯେତେବେଳେ ସେ ପଶ୍ଚିମବଙ୍ଗକୁ କେନ୍ଦ୍ରୀୟ ପାଣ୍ଠିରୁ ବାରଣ କରାଯିବା ପ୍ରସଙ୍ଗ ଉଠାଇଥିଲେ ସେତେବେଳେ ତାଙ୍କ ମାଇକ୍ କୁ ମ୍ୟୁଟ୍ କରି ଦିଆଯାଇଥିଲା। ଏହାକୁ ଏକ ଅପମାନ ବୋଲି ଦର୍ଶାଇ ତୃଣମୂଳ କଂଗ୍ରେସର ମୁଖ୍ୟ କହିଛନ୍ତି, “ମୋତେ ମାତ୍ର ପାଞ୍ଚ ମିନିଟ୍ କଥା ହେବାକୁ ଅନୁମତି ଦିଆଯାଇଥିବା ବେଳେ ମୋ ପୂର୍ବରୁ ଅନ୍ୟମାନେ ୨୦ ମିନିଟ୍ ଲମ୍ୱା କଥା ହୋଇଥିଲେ। ମୁଁ ମୋର ବିରୋଧ ପ୍ରଦର୍ଶନ କରି ବୈଠକ ଛାଡି ବାହାରକୁ ଆସିଗଲି।

Leave a Reply

Your email address will not be published. Required fields are marked *