WhatsApp ୟୁଜର୍ସଙ୍କ ପାଖରେ ପହଞ୍ଚି ପାରୁନି ମେସେଜ୍‌

ଫୋକସ ପ୍ଲସ(ବ୍ୟୁରୋ): ଅନେକ ଉପଭୋକ୍ତା ଟ୍ୱିଟରରେ ପ୍ରସଙ୍ଗ ଉଠାଇଛନ୍ତି ଏବଂ ଇଣ୍ଡିଆ ଟୁଡେ ଟେକ୍ ଦଳର ସଦସ୍ୟମାନେ ମଧ୍ୟ | ଟସ୍ ଆପ୍ ବ୍ୟବହାର କରିବାରେ ଅସମର୍ଥ। ମେଟା କହିଛନ୍ତି ଯେ ଏହା ଏହି ପ୍ରସଙ୍ଗରେ କାମ କରୁଛି।ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମ ହ୍ୱାଟ୍ସଆପ୍‌(WhatsApp) ଦେଶର ବିଭିନ୍ନ ସ୍ଥାନରେ କାମ କରୁ ନଥିବା ସୂଚନା ମିଳିଛି। ୟୁଜର୍ସମାନେ WhatsAppରେ କୌଣସି ମେସେଜ୍‌ ପଠାଇଲେ ଏହା ଅନ୍ୟ ୟୁଜର୍ସଙ୍କ ପାଖରେ ପହଞ୍ଚି ପାରୁନଥିବା ଅଭିଯୋଗ ହୋଇଛି।

ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମ ହ୍ୱାଟ୍ସଆପ୍‌(WhatsApp) ଭାରତର ବିଭିନ୍ନ ସ୍ଥାନରେ କାମ କରୁ ନଥିବା ସୂଚନା ମିଳିଛି। ଏନେଇ ୟୁଜର୍ସମାନେ ଅଭିଯୋଗ କରିଛନ୍ତି। ୟୁଜର୍ସମାନେ WhatsAppରେ କୌଣସି ମେସେଜ୍‌ ପଠାଇଲେ ଏହା ଅନ୍ୟ ୟୁଜର୍ସଙ୍କ ପାଖରେ ପହଞ୍ଚି ପାରୁନଥିବା ଅଭିଯୋଗ ହୋଇଛି। ୩୦ ମିନିଟ୍‌ରୁ ଅଧିକ ସମୟ ହେବ ଏଭଳି ଅସୁବିଧା ଦେଖା ଦେଇଛି। ହ୍ୱାଟ୍ସଆପ୍‌ ଡାଉନ୍‌ ଯୋଗୁ ଟେକ୍ସଟ, ଭଏସ୍ ଓ ଭିଡିଓ ମେସେଜ୍ ଇତ୍ୟାଦି ଯାଉ ନଥିବା ଦେଖିବାକୁ ମିଳିଛି। ଫଳରେ ଏହାଦ୍ୱାରା ୟୁଜର୍ସମାନେ ପ୍ରଭାବିତ ହୋଇଛନ୍ତି।ହ୍ୱାଟ୍ସଆପ୍‌ ଡାଉନ୍‌ ଖବର ଜଣାପଡ଼ିବା ପରେ ଟ୍ୱିଟରରେ ଅନେକ ୟୁଜର୍ସ ଟ୍ୱିଟର୍‌ରେ memes ଶେଆର କରିଛନ୍ତି।

ସୂଚନା ଅନୁସାରେ, ଆଜି ଅପରାହ୍ଣ ୧୨ଟା ୦୭ରେ ହ୍ୱାଟ୍ସଆପ୍‌ ଡାଉନ୍‌ ଥିବା ଜଣାପଡ଼ିଥିଲା। ଯେତେବେଳେ ୟୁଜର୍ସମାନେ ମେସେଜ୍‌ ପଠାଇବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ପ୍ରାୟ ୬୯% ୟୁଜର୍ସ ଏଭଳି ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ଅଭିଯୋଗ କରିଥିଲେ। ଏହାପରେ ଧୀରେ ଧୀରେ ବାକି ୟୁଜର୍ସମାନେ ମଧ୍ୟ ସମାନ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ଖାଲି ଭାରତ ନୁହେଁ ଇଟାଲୀ ଓ ତୁର୍କୀରେ ରହୁଥିବା ଲୋକ ମଧ୍ୟ ହ୍ୱାଟ୍ସଆପ୍‌ରେ ମେସେଜ୍‌ ପଠାଇବାରେ ଅସୁବିଧାର ସମ୍ମୁଖୀନ ହୋଇଥିବା ସୂଚନା ମିଳିଛି। ଅନ୍ୟପକ୍ଷେ, WhatsApp ଡାଉନ୍ ନେଇ ମେଟା ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି। ମେଟା ମୁଖପାତ୍ରଙ୍କ ସ୍ପଷ୍ଟୀକରଣ ନେଇ ANIର ସୂଚନା ଅନୁସାରେ,
କିଛି ବ୍ୟବହାରକାରୀ ଅସୁବିଧାର ସମ୍ମୁଖୀନ ନେଇ ସୂଚନା ପାଇଛୁ। ଯଥାଶୀଘ୍ର ସମ୍ଭବ ପୂର୍ବାବସ୍ଥା ଫେରାଇ ଆଣିବାକୁ ଚେଷ୍ଟା କରୁଛୁ।

ଏହା ପ୍ରଥମ ଥର ନୁହେଁ ଯେତେବେଳେ ସର୍ଭର ଠପ୍ ହୋଇଛି । ପୂର୍ବରୁ ମଧ୍ୟ ଅନେକ ଥର ମଧ୍ୟ ଏଭଳି ଦେଖିବାକୁ ମିଳିଥିଲା । ଗତ ବର୍ଷ ଫେସବୁକର ସର୍ଭର ଠପ୍ ହେବା ଯୋଗୁ ହ୍ୱାଟ୍ସଆପ ମଧ୍ୟ ଠପ୍ ହୋଇଯାଇଥିଲା । ପୁଣି ଏହିଭଳି ଅସୁବିଧାର ସାମ୍ନା କରୁଛନ୍ତି ୟୁଜର୍ସ । ତେବେ ଯେତେବେଳେ ସୁଦ୍ଧା ହ୍ୱାଟ୍ସଆପ୍ ପକ୍ଷରୁ କୌଣସି ଆଧିକାରିକ ଘୋଷଣା କରାଯାଇନାହିଁ ସେତେବେଳେ ଯାଏ କିଛି ସ୍ପଷ୍ଟ ହୋଇପାରିବ ନାହିଁ ।

Leave a Reply

Your email address will not be published. Required fields are marked *