ନୂଆଦିଲ୍ଲୀ : ପ୍ୟାରିସ ଅଲିମ୍ପିକ୍ସ ପରେ ଭାରତ ଫେରିଛନ୍ତି କୁସ୍ତି ଯୋଦ୍ଧା ଭିନେଶ ଫୋଗାଟ। ଆଜି ଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ବିପୁଳ ସଂଖ୍ୟାରେ ସମର୍ଥକ ମାନେ ତାଙ୍କୁ ସ୍ୱାଗତ ଜଣାଇଛନ୍ତି। ଅଲିମ୍ପିକ୍ସ ରେ ଜଣେ ପଦକ ଜିତିବା ପରେ ଯେମିତି ତାଙ୍କୁ ସ୍ୱାଗତ କରାଯାଏ ଠିକ ସେପରି ଭିନେଶଙ୍କୁ ସ୍ୱାଗତ କରିଛନ୍ତି ତାଙ୍କର ଅନେକ ସମର୍ଥକ। ଏହାଛଡା ବିମାନବନ୍ଦରରେ ଭିନେଶଙ୍କୁ ସ୍ୱାଗତ କରିବା ପାଇଁ ବଜରଙ୍ଗ ପୁନିଆ, ସାକ୍ଷୀ ମଲିକ ଏବଂ ତାଙ୍କ ର ପରିବାର ବର୍ଗ ମଧ୍ୟ ଉପସ୍ଥିତ ଥିଲେ। ତାଙ୍କ ପ୍ରତି ଫ୍ୟାନ୍ସ ମାନଙ୍କର ଏତେ ମାତ୍ରାରେ ସମର୍ଥନକୁ ଦେଖି ଭାବ ବିହ୍ଵଳ ହୋଇ କାନ୍ଦି ପକାଇଥିବା ସହ ମୁଁ ସମସ୍ତ ଦେଶବାସୀଙ୍କୁ ଧନ୍ୟବାଦ ଜଣାଉଛି, ଏବଂ ମୁଁ ଖୁବ୍ ଭାଗ୍ୟବାନ ବୋଲି ଭିନେଶ ଫୋଗାଟ କରିଛନ୍ତି।୫୦ କେଜି ଓଜନରୁ ଭିନେଶ ୧୦୦ ଗ୍ରାମ ଅଧିକ ଥିବାରୁ ତାଙ୍କୁ ପ୍ୟାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ କରା ଯାଇଥିଲା। ଏହାର କିଛି ଘଣ୍ଟା ପରେ ଭିନେଶ ରେସଲିଂରୁ ତାଙ୍କର ଅବସର ଘୋଷଣା କରିଥିଲେ। ଏସବୁ ପରେ ଭିନେଶ ଓ ଭାରତୀୟ ଅଲିମ୍ପିକ୍ସ ଆସୋସିଏସନ ଅଯୋଗ୍ୟ ନିଷ୍ପତ୍ତି ବିରୋଧରେ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟ ରେ ଆବେଦନ କରି ଯୁଗ୍ମ ରୋପ୍ୟ ପଦକ ପାଇଁ ଦାବି କରିଥିଲେ। କିନ୍ତୁ କୋର୍ଟ ଭିନେଶଙ୍କ ଆବେଦନକୁ ଖାରଜ କରି ଦେବା ପରେ ସେ ଏବେ ଭାରତ ଫେରିଆସିଛନ୍ତି ।
