ପିପିଲି : ପିପିଲି ମଙ୍ଗଳପୁରରୁ ଆସିଛି ଏହି ଘଟଣା । ଗାଁ ରେ ଅଜଣା ଜନ୍ତୁଙ୍କ ଆତଙ୍କ । ଜନ୍ତୁକୁ ଜଗିଛନ୍ତି ଗ୍ରାମବାସୀମାନେ । ଲୋକମାନେ ହାତରେ ବାଡ଼ି ଓ ଟର୍ଚ୍ଚ ଧରି ଖୋଜୁଛନ୍ତି ଅଜଣାଜନ୍ତୁକୁ । ଗତକାଲି ରାତିରେ ବନ୍ୟଜନ୍ତୁକୁ ଦେଖିଥିବା ଲୋକମାନେ କହୁଛନ୍ତି ଏହା ମହାବଳ ଶାବକ । ଜନ୍ତୁଟିର ଦେହରେ ହଳଦିଆ ପଟାଦାଗ ଥିବା ବେଳେ ଉଚ୍ଚତା ଅଢେଇ ଫୁଟ ହେବ ବୋଲି କହୁଛନ୍ତି । ଯାହାକୁ ନେଇ ଗାଁରେ ବାଘର ଭୟ ସୃଷ୍ଟି ହୋଇଛି । କିନ୍ତୁ ବନ କର୍ମଚାରୀ ଏହାକୁ ଅଜଣା ଜନ୍ତୁ ବୋଲି କହୁଛନ୍ତି । ତେବେ ଏ ଅଜଣା ଜନ୍ତୁକୁ ନେଇ ଗାଁଲୋକ ଭୟାଭୀତ ହୋଇଛନ୍ତି । ଆଜି ସକାଳ ପର୍ଯ୍ୟନ୍ତ ଗାଁର କୌଣସି ବ୍ୟକ୍ତି ଘରୁ ବାହାରି ନ ଥିଲେ । ଗାଁ ଦାଣ୍ଡ ଏକ ପ୍ରକାର ଶୂନଶାନ ହୋଇଥିଲା ।
