ଉମର କହିଲା ସେ ଆତ୍ମଘାତୀ ନୁହେଁ ସେ ସହିଦ୍

ଦିଲ୍ଲୀ: ଆତଙ୍କୀ ଉମର ନବୀ ଯାହା ପାଇଁ ସାରା ଦେଶରେ ହଇଚଇ । ୧୦ ନଭେମ୍ବର ଦିଲ୍ଲୀର ଛାତିରେ ରଚିଥିଲା ବିସ୍ପୋରଣ । ହାହାକାର ମଚାଇ ନିଜେ ବି ସେହି ନିଆଁରେ ଜିବନ୍ତ ଦଗ୍ଧ ହୋଇଯାଇଥିଲା । ପରେ ଜଣା ପଡିଥିଲା ତା ପରିଚୟ । ଧିରେ ଧିରେ ଖୋଲିବାରେ ଲାଗିଛି ବିସ୍ପୋରଣର ସବୁ ଗୁମର । କିନ୍ତୁ ୧୩ଜଣ ନିରିହଙ୍କ ଜୀବନ ନେଇଥିବା ନରହନ୍ତାର ଥିଲା ସହିଦ । ତାଙ୍କୁ ଆତ୍ମଘାତୀ କୁହାଯିବନି । ଉମର ନବୀ ଯାହା କରିଛି ଠିକ୍ କରିଛି । ଯାହାକୁ ଆତ୍ମଘାତୀ ଅଭିଯାନ କୁହାଯାଉଛି , ତାହା ପ୍ରକୃତରେ ସହିଦ ଅଭିଯାନ ଥିଲା । ମାଷ୍ଟର ମାଇଣ୍ଡ ଆତଙ୍କୀ ଉମର ଏହି ବର୍ବର କାଣ୍ଡ ଆତଙ୍କୀ ହାମଲା କୁହାଯିବ ନାହିଁ । ଯେମିତି ଆମ ବୀର ଯବାନ ନିଜ ଦେଶ ପାଇଁ ଜୀବନ ଦେଲେ ତାଙ୍କୁ ସହିଦର ମାନ୍ୟତା ଦିଆଯାଏ ସେବି କୁଆଡେ ସହିଦ ।
ଏହା ନିଜେ ଆତଙ୍କୀ ଉମର କହୁଛି । ନିଜ କାଣ୍ଡ ଭିଆଇବା ପୂର୍ବରୁ କରିଥିଲା ଏକ ଭିଡିଓ । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆତଙ୍କୀ ଡାକ୍ଟର ଉମର ନବୀ ବିସ୍ପୋରଣ ପୂର୍ବରୁ କରିଥିଲା ଏହି ଭିଡିଓ । ଯେଉଁଥିରେ ସେ ପ୍ରାଞ୍ଜଳ ଇଂରାଜୀରେ କହୁଛି । ଯେଉଁ ଅଭିଯାନକୁ ଆତ୍ମଘାତୀ ଅଭିଯାନ କହୁଛନ୍ତି ତାହା ପ୍ରକୃତରେ ସହିଦ୍ ଅଭିଯାନ । ଏହି ଭିଡିଓରେ ବିସ୍ପୋରଣକୁ ସଠିକ୍ ଦର୍ଶାଉଛି ଉମର । ଏହି ବିସ୍ପୋରଣ ପ୍ଳାନ ସମ୍ପୂର୍ଣ୍ଣ ଭାବରେ ଠିକ୍ । ଭିଡିଓରେ ଜଣାପଡୁଛି କି ଆତଙ୍କୀ ଉମର ଆପଣେଇଛି ରିଭର୍ସ ସାଇକୋଲୋଜି ଟେକ୍ନିକ । ଯାହା ଦ୍ୱାରା ତା ପରି ମାନସିକତା ରଖୁଥିବା ବ୍ୟକ୍ତିମାନେ ଏମିତି କାଣ୍ଡ ଭିଆଇବାକୁ ପ୍ରେରିତ ହେବେ । ଆଉ ନିଜକୁ ଆତଙ୍କବାଦୀ ବଦଳରେ ସହିଦ ଭାବିବେ । ଜଣେ ଜୀବନ ବଞ୍ଚାଉଥିବା ଡାକ୍ଟର ଏମିତି ମାନସିକତା ରଖୁଥିବା ତାହା ବିଶ୍ୱାସ କରିବା କଷ୍ଟକର । ଏହି ଭିଡିଓ ପରେ ଶିକ୍ଷା କେବେ କିଛି ଲୋକର ମାନସିକତା ବଦଳାଇ ପାରିବନି ପ୍ରତିତ ହେଉଛି ।

Leave a Reply

Your email address will not be published. Required fields are marked *