ମାଲକାନଗିରି: ମାଲକାନଗିରି ଜିଲ୍ଲା ଛତିଶଗଡ଼ ମାନପୁର ଜିଲ୍ଲାର ମଦନବାଡା ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ ହୋଇଥିଲା । ପୋଲିସ ଏନକାଉଣ୍ଟରରେ ଦୁଇ ମାଓବାଦୀ ଟଳିଗଲେ । ଦୁଇ ମାଓବାଦୀ ବିଜୟ ଓ ଲୋକେଶ ସଲାମେ ପୋଲିସ ଗୁଳିରେ ମୃତ୍ୟୁ ବରଣ କଲେ । ପୋଲିସ ଘଟଣାସ୍ଥଳରୁ ଦୁଇଟି AK47 ବନ୍ଧୁକ ସହ ମାଓ ବିସ୍ପୋରକ ସାମଗ୍ରୀ ଜବତ କରିବା ସହିତ ସର୍ଚ୍ଚ ଅପରେସନ ଜାରି ରହିଛି । ସେହିପରି ଗତକାଲି ମିଳିତ ସୁରକ୍ଷା ବାହିନୀର ସର୍ଚ୍ଚ ଅପରେସନ ବେଳେ ଏନକାଉଣ୍ଟରରେ ଟଳିଲା ମାଓ ନେତା ଏରିଆ କମାଣ୍ଡର ଅରୁଣ। । ସୂଚନା ଆଧାରରେ ପୋଲିସ୍ ଓ ସିଆରପିଏଫ୍ ୨୦୯ ବାଟାଲିୟନ ମିଳିତ ଭାବେ ସର୍ଚ୍ଚ ଅପରେସନ କରିଥିଲେ ।
ଟଳିଲେ ଦୁଇ ମାଓବାଦୀ
