ପୁଣି ନିଜ ପ୍ରଶଂସା କଲେ ଟ୍ରମ୍ପ

ପୁଣି ନିଜ ପ୍ରଶଂସା କଲେ ଟ୍ରମ୍ପ । ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦ କରିଥିବା ଦାବି ଦୋହରାଇବା ସହ ଟାରିଫ ଯୋଗୁଁ ଏହା ସମ୍ଭବ ହୋଇପାରିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି । ସେ ଏକଥା ମଧ୍ୟ କହିଛନ୍ତି ଯଦି ମୋ ପାଖରେ ଟାରିଫର ଶକ୍ତି ନଥାନ୍ତା ତେବେ ୭ଟି ଯୁଦ୍ଧରୁ ୪ଟି ଏବେବି ଚାଲୁଥାନ୍ତା । ଭାରତ- ପାକିସ୍ତାନ ଯୁଦ୍ଧ ପାଇଁ ପ୍ରସ୍ତୁତ ଥିଲେ, ୭ଟି ବିମାନ ଧ୍ୱଂସ ହୋଇଥିଲା । ଠିକ୍ ସମୟରେ ମୋ ହସ୍ତକ୍ଷେପ ଦ୍ୱାରା ଏହି ଯୁଦ୍ଧ ରୋକାଯାଇ ପାରିଛି । ସେତେବେଳେ ଯଦିଓ କଣ କହିଥିଲି ମୋର ମନେ ନାହିଁ ମାତ୍ର ତାହା ଖୁବ୍ ପ୍ରଭାବଶାଳୀ ଥିଲା ବୋଲି ଟ୍ରମ୍ପ କହିଛନ୍ତି । ପୂର୍ବରୁ ମଧ୍ୟ ଟ୍ରମ୍ପ ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦର ଶ୍ରେୟ ନେବାକୁ ଚେଷ୍ଟା କରିଛନ୍ତି । ଏପଟେ ଟ୍ରମ୍ପଙ୍କ ଦାବିକୁ ଭିତ୍ତିହୀନ ବୋଲି ଆରମ୍ଭରୁ କହି ଆସିଛି ଭାରତ ।

Leave a Reply

Your email address will not be published. Required fields are marked *