ପରମାଣୁ ଅସ୍ତ୍ର ପରୀକ୍ଷଣ ପାଇଁ ନିର୍ଦ୍ଦେଶ ଦେଲେ ଟ୍ରମ୍ପ

୩୩ ବର୍ଷ ପରେ ପରମାଣୁ ଅସ୍ତ୍ର ପରୀକ୍ଷଣ ପାଇଁ ପେଣ୍ଟାଗନକୁ ନିର୍ଦ୍ଦେଶ ଦେଲେ ଟ୍ରମ୍ପ । ଚୀନ୍ ଓ ରୁଷ ଚାଲୁ ରହିଥିବା ପରମାଣୁ ଅସ୍ତ୍ର ପରୀକ୍ଷଣ କାର୍ଯ୍ୟକ୍ରମର ଜବାବରେ ଯୁଦ୍ଧ ବିଭାଗକୁ ପୁଣି ପରମାଣୁ ଅସ୍ତ୍ର ପରୀକ୍ଷା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଟ୍ରମ୍ପ । ଦକ୍ଷିଣ କୋରିଆରେ ଚୀନର ରାଷ୍ଟ୍ରପତି ଜିନପିଙ୍ଗଙ୍କ ସହ ସମ୍ମିଳନୀ ପୂର୍ବରୁ ଟ୍ରମ୍ପଙ୍କ ଏଭଳି ବିସ୍ମୟକର ବୟାନ ସାମ୍ନାକୁ ଆସିଛି। ତେବେ ଗତକାଲି ମଧ୍ୟ ଅଣ୍ଡର ୱାଟର ଆଣବିକ ଡ୍ରୋନର ସଫଳ ପରୀକ୍ଷଣ କରି ଶକ୍ତି ପ୍ରଦର୍ଶନ କରିଥିଲା ଋଷ। ପରମାଣୁ ଶକ୍ତି ଚାଳିତ ଅଣ୍ଡରୱାଟର ଡ୍ରୋନ ପୋସାଇଡନର ପରୀକ୍ଷଣ ସଫଳ ହୋଇଥିବା ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଥିଲେ । ପୋସାଇଡନ ୨ ମେଗାଟନ୍ ନ୍ୟୁକ୍ଲିୟର ୱାରହେଡ ବହନ କରିପାରିବ । ଏହା ସମୁଦ୍ରରେ ରେଡିଓ ଆକ୍ଟିଭ ସୁନାମୀ ଆଣିବା ସହ ଉପକୂଳ ଅଞ୍ଚଳ ଶହ ଶହ ବର୍ଷ ପର୍ଯ୍ୟନ୍ତ ବାସଯୋଗ୍ୟ ହୋଇପାରିବ ନାହିଁ। ଘଣ୍ଟାପ୍ରତି ୧୮୫ କିଲୋମିଟର ବେଗରେ ଗତି କରିବାର କ୍ଷମତା ଥିବା ପୋସାଇଡନକୁ ସ୍ୱତନ୍ତ୍ର ଜାହାଜରେ ନିୟୋଜିତ କରାଯିବ। ପ୍ରତିଦ୍ୱନ୍ଦ୍ୱୀଙ୍କ ପରୀକ୍ଷଣ ଯୋଗୁଁ ଆମେରିକାର ସୁରକ୍ଷା କ୍ଷମତା ହ୍ରାସ ପାଉଛି ବୋଲି ଟ୍ରମ୍ପ କହିଛନ୍ତି ।

Leave a Reply

Your email address will not be published. Required fields are marked *