ପୁରୀ : ଟର୍ଚ୍ଚ ଲାଇଟରେ ରୋଗୀ ଦେଖିଲେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର । ଏପରି ଅଭାବନୀୟ ଦୃଶ୍ୟ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି । ଗତକାଲି ସନ୍ଧ୍ୟା ୫ଟା ୧୫ରେ ହଠାତ୍ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କଟିଗଲା ଲାଇନ୍ । କାଜୁଆଲିଟି ବିଭାଗରେ ଲାଗିଥିଲା ଲମ୍ବା ଲାଇନ୍ । ଛୋଟ ପିଲାଠାରୁ ଆରମ୍ଭ କରି ବୟସ୍କ ରୋଗୀ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ହଠାତ୍ ଅନ୍ଧାର ହେବାରୁ ସମସ୍ତେ ନିଜ ଫୋନର ଟର୍ଚ୍ଚ ଅନ୍ କଲେ । ଆଉ ସେଇ ଝାପସା ଆଲୁଅରେ ପ୍ରେସକ୍ରିପସନ୍ ଲେଖି ଚାଲିଥିଲେ ଡାକ୍ତର । ସେଠାରେ ଥିବା ଦୁଇ ଡାକ୍ତର ଅବଶ୍ୟ ତାଙ୍କ କାମ କରି ଚାଲିଥିଲେ । ପ୍ରାୟ ଦଶ ମିନିଟ ଭଳି ଲାଇନ୍ କଟିଥିଲା, ୫ଟା ୨୫ ମିନିଟ ବେଳକୁ ଆସିଥିଲା ଲାଇନ୍ ।

ଅନ୍ୟପଟେ ବଡ ପ୍ରଶ୍ନ ହସ୍ପିଟାଲର ପାୱାର ବ୍ୟାକଅପ୍ କେଉଁଠି ଥିଲା । ଗୋଟିଏ ପଟେ କାଜୁଆଲିଟିରେ ଲମ୍ବା ଲାଇନ୍ ଅନ୍ୟପଟେ ବିଦ୍ୟୁତ୍ ବିଭ୍ରାଟ । ଏମର୍ଜେନ୍ସିରେ କେମିତି ରୋଗୀ ପାଇବେ ଚିକିତ୍ସା, ତାକୁ ନେଇ ପ୍ରଶ୍ନ ଉଠିଛି ।