ଚେନ୍ନାଇ : ଆନ୍ଧ୍ରପ୍ରଦେଶ ତିରୁପତି ବାଲାଜୀ ମନ୍ଦିରର ଲଡୁ ବିବାଦକୁ ନେଇ ଆସିଲା ବଡ ନିଷ୍ପତ୍ତି। ଲଡୁ ବିବାଦକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ନ ହେବା ପର୍ଯ୍ୟନ୍ତ SIT ତଦନ୍ତ ହୋଇପାରିବ ନାହିଁ ବୋଲି କହିଛନ୍ତି ଆନ୍ଧ୍ରପ୍ରଦେଶ ସରକାର । ବର୍ତ୍ତମାନ ଚାଲିଥିବା SIT ତଦନ୍ତକୁ ସ୍ଥଗିତ ରଖାଯାଇଛି। ଏହି ପ୍ରସଙ୍ଗ ଉପରେ ଆଜି ଆନ୍ଧ୍ରପ୍ରଦେଶ ସରକାର ଏହି ନିଷ୍ପତ୍ତି ଶୁଣାଇଛନ୍ତି । ପ୍ରଥମେ ମନ୍ଦିରରେ ଲଡୁ ପ୍ରସ୍ତୁତ ପ୍ରଣାଳୀ ଉପରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଆଣିଥିବା ଅଭିଯୋଗ ଉପରେ ସୁପ୍ରିମକୋର୍ଟ ପ୍ରଶ୍ନବାଚୀ ସୃଷ୍ଟି କରିବାର ଦିନକ ପରେ ସରକାର SIT ତଦନ୍ତକୁ ସ୍ଥଗିତ ରଖିଛନ୍ତି। ଆସନ୍ତା ୩ରେ ସୁପ୍ରିମକୋର୍ଟ ତିରୁପତି ଲଡୁ ବିବାଦର ପରବର୍ତ୍ତୀ ଶୁଣାଣି କରିବେ। ସେପ୍ଟେମ୍ବର ୩୦ ରେ ଏ ଉପରେ ଶୁଣାଣି କରି ମୁଖ୍ୟମନ୍ତ୍ରୀ ନାଇଡୁଙ୍କ ସାମ୍ବାଦିକ ସମ୍ମିଳନୀ ଉପରେ ପ୍ରଶ୍ନ ଉଠାଇଥିଲେ ସର୍ବୋଚ୍ଚ ଅଦାଲତ। ତଦନ୍ତ ଶେଷ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀ କରିବାର କଣ ଆବଶ୍ୟକ ଥିଲା ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଥିଲେ । ଏଥିସହ ଭଗବାନଙ୍କୁ ରାଜନୀତି ଠାରୁ ସମ୍ପୂର୍ଣ ଦୂରେଇ ରଖିବାକୁ ଅପିଲ୍ କରିଥିଲେ ସୁପ୍ରିମକୋର୍ଟ।
ଲଡୁ ବିବାଦର ହେବନି SIT ତଦନ୍ତ
