ପ୍ରସାଦରେ ବାହାରିଲା ପୋକ

ପୁଣି ବିବାଦରେ ମନ୍ଦିର ପ୍ରସାଦ। ପ୍ରସାଦରୁ ବାହାରିଲା ପୋକ। ତିରୁପତି ମନ୍ଦିରର ପ୍ରସାଦକୁ ନେଇ ଥମୁନି ବିବାଦ। ପ୍ରସାଦ ଲଡ଼ୁରେ ଅପମିଶ୍ରିତ ଘିଅ ଓ ପଶୁ ଚର୍ବି ମିଶା ଯାଉଥିବା ନେଇ ଅଭିଯୋଗ ଆସିଥିବା ବେଳେ ଏବେ ପୁଣି ଏହାର ପ୍ରସାଦରୁ ବାହାରିଛି ପୋକ। ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜଣେ ଭକ୍ତ। ତେବେ ଏହି ଅଭିଯୋଗକୁ ତିରୁମାଲା ତିରୁପତି ଦେବସ୍ଥାନମ ଖଣ୍ଡନ କରିଛି। ଚନ୍ଦୁ ନାମକ ଜଣେ ଭକ୍ତ ଓ୍ୱରଙ୍ଗଲାରୁ ତିରୁପତି ମନ୍ଦିରକୁ ଭେଙ୍କେଟେଶ୍ୱର ସ୍ୱାମୀଙ୍କ ଦର୍ଶନ ପାଇଁ ଆସିଥିଲେ। ସେ ମନ୍ଦିର ଭିତରେ ମୁଣ୍ଡନ ହେବା ପରେ ପ୍ରସାଦ ସେବନ କରିବାକୁ ଯାଇଥିଲେ। ତେବେ ସେ ପ୍ରସାଦ ଖାଇବା ବେଳେ ସେଥିରେ ଏକ ପୋକ ଚାଲୁଥିବା ଦେଖିବାକୁ ପାଇଥିଲେ। ଏନେଇ ସେ ସେଠାରେ ଉପସ୍ଥିତ ଥିବା କର୍ମଚାରୀଙ୍କୁ କହିଥିଲେ। କିନ୍ତୁ ସେମାନେ ଯାହା ପ୍ରତିକ୍ରିୟା ରଖିଥିଲେ ତାହା ପୋକଠାରୁ ଅଧିକ ଆଶ୍ଚର୍ଯ୍ୟଜନକ ଥିଲା ବୋଲି ଭକ୍ତଜଣକ କହିଛନ୍ତି। ସେମାନେ କହିଥିଲେ ଯେ, ବେଳେବେଳେ ଏଭଳି ଘଟେ। ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଭକ୍ତ ଜଣଙ୍କ ଏହା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି। ଏଥିସହ ଏଥିରୁ ଟିଟିଡି କର୍ତ୍ତୃପକ୍ଷଙ୍କ ଘୋର ଅବହେଳା ପଦାରେ ପଡିଛି। ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି। ତେବେ ଏହି ଘଟଣାର ଫଟୋ, ଭିଡିଓ ଉତ୍ତୋଳନ କରିବା ପରେ ଅଧିକାରୀମାନେ ମୋ ପାଖକୁ ଆସି ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ । ପ୍ରସାଦ ସେବନ ପାଇଁ ବ୍ୟବହୃତ ହେଉଥିବା ପତ୍ରରୁ ଏହି ପୋକ ଆସିଛି ବୋଲି ସେମାନେ କହିଥିଲେ ।

Leave a Reply

Your email address will not be published. Required fields are marked *