ଶ୍ରୀମନ୍ଦିରରେ ଧମକପୂର୍ଣ୍ଣ ଲେଖା

ପୁରୀ: ଶ୍ରୀମନ୍ଦିର ଦକ୍ଷିଣ ପାର୍ଶ୍ୱ ପରିକ୍ରମାରେ ଲେଖା ହୋଇଛି ଧମକପୂର୍ଣ୍ଣ ବାର୍ତ୍ତା । ଏହି ଘଟଣାକୁ ନେଇ ପୋଲିସ ଓ ସ୍ୱତନ୍ତ୍ର ଟିମ୍ ଅନୁଧ୍ୟାନ କରୁଛି । ଆତଙ୍କବାଦୀ ପରିକ୍ରମା ମାର୍ଗ ବାଲି ସାହି ପ୍ରବେଶ ପଥର ଏକ ମନ୍ଦିର କାନ୍ଥରେ ଧମକପୂର୍ଣ୍ଣ ବାର୍ତ୍ତା ଲେଖିଥିଲେ । ଶ୍ରୀମନ୍ଦିରରେ କେତେବେଳେ ଡ୍ରୋନ ଉଡୁଛି ତ ଆଉ କେତେବେଳେ ଆତଙ୍କବାଦୀଙ୍କ ଧମକପୂର୍ଣ୍ଣ ବାର୍ତ୍ତା । । ଏଥିରେ ଲେଖାଯାଇଛି ମନ୍ଦିର ଭାଙ୍ଗିବ ଆତଙ୍କବାଦୀ । ଏହା ସହ ଫୋନ୍ ନମ୍ବର ମଧ୍ୟ ଦିଆଯାଇଛି । ଫୋନ୍ କର, ନକଲେ ମହାତାଣ୍ଡବ ହେବ ବୋଲି ଲେଖା ଯିବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁ ମଧ୍ୟ ଲେଖାଯାଇଛି । ଦୁଇଟି ସ୍ଥାନରେ ଏପରି ଧମକପୂର୍ଣ୍ଣ ଲେଖା ଦେଖିବାକୁ ମିଳିଛି । ଏହାସହ ଏକାଧିକ ଡେକୋରେଟିଭ ଲାଇଟ ମଧ୍ୟ ଭାଙ୍ଗିଦେଇଛନ୍ତି । ଏହି ଘଟଣା ପରେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । କଡ଼ା ସୁରକ୍ଷାରେ ଥାଇ ମଧ୍ୟ୍ୟ ବାରମ୍ୱାର ଏଭଳି ପରିସ୍ଥିତି ଦେଖିବାକୁ ମିଳୁଛି । ତେବେ ଏହି ବାର୍ତ୍ତା କାହିଁକି ଲେଖା ହୋଇଛି ତାହା ଜଣାପଡିିଛି । ଏପରି ଘଟଣା ଜଣାପଡିବା ପରେ ଶ୍ରୀମନ୍ଦିରର ସୁରକ୍ଷା ବଢିଛି ।

Leave a Reply

Your email address will not be published. Required fields are marked *