ନାଲକୋରେ ଚାକିରୀ କରାଇଦେବା ନେଇ ୫୦ହଜାର ଟଙ୍କା ଲୁଟ, ଯାଜପୁର ଟାଉନ ଥାନାରେ ଏତାଲା । ସୂଚନା ମୁତାବକ, ଗତ ୧୫ ତାରିଖ ଦିନ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଥାନା ଅଧିନସ୍ଥ ପ୍ରଗତିବାଦୀ ଅଞ୍ଚଳରେ ନରେଶ ବାରିକ ଔରଫ ବୁଟୁ ନାମକ ଜଣେ ୫୫ ବର୍ଷୀୟ ବ୍ୟକ୍ତିଙ୍କୁ ୧୮ ଲକ୍ଷ ଟଙ୍କାର ଠକେଇ ଅଭିଯୋଗରେ କେସ ନମ୍ବର ୪୨୯/୨୫ ଅନୁଯାଇ ମାମଲା ରୁଜୁକରି ଗିରଫ କରାଯାଇଥିଲା । ସମାନ ବ୍ୟକ୍ତି ଜଣଙ୍କ ସରୋଜ ବାରିକ ନାମକ ଜଣେ ଯୁବକଙ୍କୁ ନାଲକୋରେ ଚାକିରୀ କରେଇଦେବା ନାଁରେ ଦିଲ୍ଲୀପ ଭଟ୍ଟ ନାମକ ଜଣେ ବ୍ୟକ୍ତିଙ୍କୁ ନାଲକୋର ଅଧିକାରୀ ଦର୍ଶାଇ ୫୦ହଜାର ଟଙ୍କା ସରୋଜଙ୍କ ବାପାଙ୍କଠାରୁ ଫୋନ ପେ ମଧ୍ୟମରେରେ ଠକି ନେଇଛନ୍ତି । ଏହି ଠକାମୀର ଶିକାର ହେବା ପରେ ଉକ୍ତ ଯୁବକ ଜଣକ ଆଜି ଯାଜପୁର ଟାଉନ ଥାନାର ଦ୍ୱାରସ୍ଥ ହୋଇ ଅଭିଯୁକ୍ତ ଦୁଇଜଣଙ୍କ ନାମରେ ଏତାଲା ଦେଇ ନ୍ୟାୟ ଭିକ୍ଷା କରିଛନ୍ତି।
ଚାକିରୀ କରେଇଦେବାକୁ କହି ଲୁଟିନେଲେ
