ସାଙ୍ଗଙ୍କ ସହ ଯାଇଥିଲେ ବୁଲିବାକୁ, ମଜା ମସ୍ତି କରିବାକୁ । ସବୁ ଖୁସି କିଛି କ୍ଷଣରେ ଦୁଃଖରେ ବଦଳିଗଲା । ଚାଲିଗଲା ପୁଅର ଜୀବନ । ସାଙ୍ଗଙ୍କ ସହ ଖୁସି ମନେଇବାକୁ ପୁରୀ ଯାଇଥିଲା । କିନ୍ତୁ ରାତି ପାହିଲା ବେଳକୁ ହୋଟେଲ ରୁମରୁ ମିଳିଲା ପୁଅର ଶବ । ସାଙ୍ଗଙ୍କ ସହ ପୁରୀ ବୁଲିବାକୁ ଯାଇଥିଲେ ଚିନ୍ମୟ । ମଜା ମସ୍ତି କରି ଫେରିଆସିଥାନ୍ତେ । ମାତ୍ର ଭାଗବାନଙ୍କ ବରାଦ କିଛି ଅଲଗା ଥିଲା । ପୁରୀ ହୋଟେଲ ରୁମରୁ ସନ୍ଦେହ ଜନକ ଭାବରେ ମିଳିଲା ଚିନ୍ମୟଙ୍କ ମୃତ ଦେହ । ୨୭ବର୍ଷିୟ ଚିନ୍ମୟଙ୍କ ଘର ରାଉଲକେଲାରେ । ସେ ନିଜ ବିଟେକ ସହପାଠୀ ମାନଙ୍କ ସହ ପୁରୀ ବୁଲିବାକୁ ଆସିଥିଲେ । ହୋଟେଲ ରୁମରେ ତାଙ୍କ ସହ ଆଉ ୩ଜଣ ସାଙ୍ଗ ଥିଲେ । ମାତ୍ର ଯେବେ ଚିନ୍ମ୍ନୟଙ୍କ ମୃତ ଦେହ ହୋଟେଲ ରୁମରୁ ପୋଲିସ ଉଦ୍ଧାର କଲା ସେତେବେଳେ ୩ଜଣ ସାଙ୍ଗ ସେଠାରୁ ଫେରାର ଥିଲେ । ପୁରୀ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସ୍ୟାଳୟରେ ରଖିଛି । ଘଟଣାସ୍ଥଳରୁ ଚିନ୍ମୟଙ୍କ ମୋବାଇଲ ଗାୟବ ରହିଛି । ଏନେଇ ତାଙ୍କ ବାପା ପୁଅକୁ ଜବରଦସ୍ତି ନିଶା ଦେଇ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ପରିବାର ଲୋକେ ଆଜି ସନ୍ଧ୍ୟାରେ ପୁରୀ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ ହେବ । ଚିନ୍ମୟଙ୍କ ଘର ରାଉରକେଲା ଲେବର ଟେନାମେଣ୍ଟ ଅଞ୍ଚଳରେ । ସେ କଟକ ଗାନ୍ଧୀ ଇଂଞିନିୟରିଙ୍ଗ କଲେଜରେ ବି.ଟେକ କରୁଥିଲେ । ଗତକାଲି ଭୁବନେଶ୍ୱର ବାଲିଯାତ୍ରା ଯିବା ପାଇଁ ବାପା ଶୁଭେନ୍ଦୁ ଦାମଲଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ । ମାତ୍ର ପରବର୍ତ୍ତୀ ସମୟରେ ସେ ଭୁବନେଶ୍ୱରରୁ ସାଙ୍ଗଙ୍କ ସହ ପୁରୀ ଚାଲିଯାଇଥିଲେ । ପୁରୀ ଖୁଣ୍ଟିଆ ସାହି ରାଧାକୃଷ୍ଣ ନିବାସରେ ୩୦୨ ରୁମରେ ରହିବା ପରେ ସେଠାରେ ତାଙ୍କ ବାପାଙ୍କ ସହ ଥିଲା ତାଙ୍କର ଶେଷକଥା । ତାପରେ ସେ ହୋଟେଲ ରୁମରେ କଣ ହୋଇଥିଲା ? ଚିନ୍ମୟଙ୍କ ଜୀବନ କେମିତି ଗଲା ? ତାହା ଏବେ ରହସ୍ୟ ଘେରରେ । ଏ ଘଟଣାକୁ ନେଇ ପୋଲିସ ତଦନ୍ତ କରୁଥିବା ସୂଚନା ଦେଇଛି । ହୁଏତ ଚିନ୍ମୟଙ୍କ ଫୋନ ମିଳିଲେ ଖୋଲିବ ଚିନ୍ମୟଙ୍କ ମୃତ୍ୟୁର ରହସ୍ୟ ।
ପୁରୀ ବୁଲିବାକୁ ଯାଇ, ଗଲା ଯୁବକଙ୍କ ଜୀବନ
