ହରିଜନ’ ଶଦ୍ଦକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଗଣ୍ଡଗୋଳ ହେଉଥିବା ନଜିର ରହିଛି। ଏପରିକି ‘ହରିଜନ’ ଶଦ୍ଦକୁ ନେଇ ଗୋଷ୍ଠୀ ବିବାଦ, ହିଂସା କାଣ୍ଡ ମଧ୍ୟ ହେଉଛି। ଏହି ଶଦ୍ଦର ବ୍ୟବହାରକୁ ନେଇ ମାମଲା ଥାନା ଓ କୋର୍ଟରେ ମଧ୍ୟ ପହଞ୍ଚିଛି। କେନ୍ଦ୍ର ସରକାର ‘ହରିଜନ’ ଶଦ୍ଦକୁ ବହୁ ବର୍ଷ ହେଲା ରଦ୍ଦ କରିଦେଇଛନ୍ତି। ଧୀରେଧୀରେ ଏହି ଶଦ୍ଦ ମଧ୍ୟ ତାର ଅସ୍ଥିତ୍ବ ହରାଇ ‘ଅନୁସୂଚିତ ଜାତି’ ଶଦ୍ଦର ଲୋକପ୍ରିୟତା ବଢ଼ି ଚାଲିଛି।
ସମସ୍ତ ସରକାରୀ ଓ ଘରୋଇ କାର୍ଯ୍ୟାଳୟରେ ‘ହରିଜନ’ ଶଦ୍ଦ ବ୍ୟବହାର ହୋଇପାରିବ ନାହିଁ।
