ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଓ ମାଡ଼ ଘଟଣାର ନ୍ୟାୟିକ ତଦନ୍ତ ପକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି। ସେପ୍ଟେମ୍ବର ୧୫ରେ ଭରତପୁର ଥାନାକୁ ଏତଲା ଦେବାକୁ ଯାଇଥିବା ଦୁଇ ବ୍ୟକ୍ତିଙ୍କୁ ବେଆଇନ ଅଟକ ଓ ନିର୍ଯାତନା ଅଭିଯୋଗକୁ ନେଇ କ୍ରାଇମବ୍ରାଞ୍ଚ ରୁଜୁ କରିଥିବା ମାମଲାରେ ଭରତପୁର ଥାନାର ପୂର୍ବତନ ଆଇଆଇସି ଦୀନକୃଷ୍ଣ ମିଶ୍ର, ଏସ୍ଆଇ ବୈଶାଳିନୀ ପଣ୍ଡା, ଏଏସ୍ଆଇ ସାଗରିକା ରଥ, ସଲିଳାମୟୀ ସାହୁ, କନଷ୍ଟେବଳ ବଳରାମ ହାଁସଦା ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବା ପାଇଁ ପୃଥକ୍ ଭାବେ ଆଗୁଆ ଜାମିନ ଆବେଦନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। । ସେପଟେ ଆସନ୍ତାକାଲି ଭରତପୁର ଥାନା ମାମଲାରେ ନ୍ୟାୟିକ ତଦନ୍ତ ପାଇଁ ବିଜ୍ଞାପନ ମାଧ୍ୟମରେ ସତ୍ୟପାଠ ଆହ୍ବାନ କରାଯିବ ବୋଲି କମିସନ ସଚିବ ଶୁଭେନ୍ଦ୍ର ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। କମିସନ ସଚିବଙ୍କ ସୂଚନା ଅନୁସାରେ ଯେଉଁମାନେ ଏହି ମାମଲାରେ ଜଡ଼ିତ ଏବଂ ଏଥିରେ ଯେଉଁ ଆରୋପ ପ୍ରତ୍ୟାରୋପ ହୋଇଛି ସେ ସଂପର୍କରେ ସତ୍ୟପାଠ ଆହ୍ବାନ କରାଯିବ।
