ଗଞ୍ଜେଇ କାରବାରର ହିଟ ଲିଷ୍ଟରେ ବୌଦ୍ଧ, ଜବତ ହେଲାଣି ୫ କ୍ୱିଣ୍ଟାଲରୁ ଉର୍ଦ୍ଧ ଗଞ୍ଜେଇ । ଓଡିଶାର ବିଭିନ୍ନ ଜିଲାରେ ଗଞ୍ଜେଇ କାରବାର ଚାଲିଥିବାବେଳେ ହିଟ ଲିଷ୍ଟରେ ବୌଦ୍ଧ ଜିଲ୍ଲା । ଏପରିକି ବୌଦ୍ଧ ଜିଲ୍ଲା ଗେଞ୍ଜେଇ ବେପାରୀମାନଙ୍କ ପାଇଁ ଏକ ଚାରଣ ଭୂମି ସାଜିଛି । ଯାହା ଗଞ୍ଜେଇ ବେପାରୀମାନଙ୍କର ଆଡ୍ଡାସ୍ଥଳୀ ପାଲଟିଛି । ହେଲେ କଣ୍ଟାମାଳ ପୋଲିସ ପାଖରୁ ବର୍ତ୍ତୀ ପାରୁ ନାହାନ୍ତି ଗଞ୍ଜେଇ ବେପାରୀ । ଡ଼ୁମାଲପାଲି ପେଟ୍ରୋଲ ପମ୍ପଠାରେ ପୋଲିସ ପେଟ୍ରୋଲିଙ୍ଗ କରୁଥିବାବେଳେ ପୋଲିସକୁ ଦେଖି ଗାଡ଼ିରୁ ଛୁ ମାରିଥିଲେ ବେପାରୀ । ପୋଲିସ ପିକପ ଭେନକୁ ଜବତ କରି ଗାଡିରେଥିବା ୫ କ୍ୱିଣ୍ଟାଲ ୨୮କେଜି ଗଞ୍ଜେଇ ଜବତ କରିଛି କଣ୍ଟାମାଳ ପୋଲିସ । ଓଡିଶା ସରକାର ଗଞ୍ଜେଇ କାରବାରକୁ ରୋକ ଲଗେଇବା ପାଇଁ ଚାଲିଥିବା ପ୍ରହାର ଅଭିଯାନ ଦ୍ୱାରା କଣ୍ଟାମାଳ ପୋଲିସ ପ୍ରହାର ପରେ ପ୍ରହାର କରି ଗଞ୍ଜେଇ ବେପାରୀଙ୍କୁ ନାକେଦମ କରିସାରିଲାଣି ।
ଗଞ୍ଜେଇ ଦେଖିଲେ ଲାଖିଯିବ ଆଖି
