ନୂଆଁଖାଇ ପାଇଁ ଉତ୍ସାହମୁଖର ମା’ ସମଲେଶ୍ୱରୀଙ୍କ ପୀଠ

ସମ୍ବଲପୁର: ନୂଆଁଖାଇ ପାଇଁ ଚଳଚଞ୍ଚଳ ହୋଇଉଠୁଛି ମା’ ସମଲେଶ୍ୱରୀଙ୍କ ପୀଠ । ଆଜି ମା’ଙ୍କର ସିନ୍ଦୂର ଲାଗି ହୋଇଛି । ସ୍ୱତନ୍ତ୍ର ଭାବେ ଏହି ସିନ୍ଦୁର ମା’ଙ୍କ ପାଇଁ ଆସିଥାଏ । ପୂଜକମାନେ ମାଁ ସମଲେଶ୍ୱରୀଙ୍କ ପାର୍ଶ୍ଵରେ ଥିବା ୧୧୫ ଦେବାଦେବୀଙ୍କୁ ସିନ୍ଦୂର ଲାଗି କରିଛନ୍ତି । ସେହିପରି ପୂଜକମାନେ ମା’ଙ୍କୁ ଭୋରୁ ସଫା କରିଛନ୍ତି । ମଧ୍ୟାହ୍ନ ଭୋଗ ଲାଗିବା ପରେ ମା’ଙ୍କର ଆଭୂଷଣ ଖୋଲାଯାଇ ସଫା କରାଯାଇଛି । ଆସନ୍ତା ୨୮ ତାରିଖରେ ମା’ଙ୍କୁ ନୂଆ ବେଶ କରାଯିବା ସହ ମା’ଙ୍କ ପାଇଁ ନୂତନ ସମ୍ବଲପୁରୀ ପାଟ ଶାଢ଼ୀ, ଚୁଡ଼ି, ଗହଣା, ମନ୍ଦାର ମାଳ ଆଦି ନୂତନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ଏଥିପାଇଁ ସକାଳ ୬ ଟାରୁ ମନ୍ଦିରରେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଲାଗି ରହିବ । ଭକ୍ତମାନଙ୍କ ସୁବିଧା ପାଇଁ ମନ୍ଦିରର ଟ୍ରଷ୍ଟ ପକ୍ଷରୁ ସମସ୍ତ ପ୍ରକାରର ସୁବିଧା କରାଯାଇଛି । ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଛି । ନୂଆଁଖାଇ ପାଇଁ ମାଁ ସମଲେଶ୍ୱରୀ ମନ୍ଦିରଠାରୁ ଆରମ୍ଭ କରି ସବୁଆଡେ ଚାଲିଛି ଜୋରଦାର ପ୍ରସ୍ତୁତି ।

Leave a Reply

Your email address will not be published. Required fields are marked *