ହିନ୍ଦୋଳ : ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ନବକିଶୋରପୁର ସବର ସାହିରେ ଘଟିଛି ଅଭାବନୀୟ ଘଟଣା । ରାସ୍ତାରେ ବଡ଼ବାପାଙ୍କୁ ଘୋଷାଡ଼ି ଘୋଷାଡ଼ି ପିଟିଲା ପୁତୁରା ।ସୂଚନା ଅନୁଯାୟୀ, ଜିତେନ୍ଦ୍ର ଦେହୁରୀ ନାମକ ଯୁବକ ତାଙ୍କ ବଡ଼ବାପାଙ୍କ ବୋହୂକୁ ଅସଦାଚରଣ କରିଥିଲେ । ଅସଦାଚରଣକୁ ବିରୋଧ କରିବାରୁ ଗାଁ ଦାଣ୍ଡରେ ବଡବାପାଙ୍କୁ ଘୋଷାଡି ଘୋଷାଡି ମାରିଥିଲା ଜିତେନ୍ଦ୍ର ଦେହୁରୀ । ମଦ୍ୟପ ଜିତେନ୍ଦ୍ର ବଡବାପାକୁ ଗାଁ ଦାଣ୍ଡରେ ଅତି ଅମାନୁଷିକ ଭାବେ ମାଡ ମାରୁଥିଲା ବେଳେ ଗ୍ରାମବାସୀ ଦେଖିଥିଲେ । ହେଲେ ଭୟରେ କେହି ଛଡ଼ାଇବାକୁ ସାହାସ କରୁନଥିଲେ । ଏହି ଘଟଣାକୁ ନେଇ ଭାଉଜ ପ୍ରଭାତି ଦେହୁରୀ ରାସୋଳ ଥାନାରେ ଅଭିଯୋଗ କରିବା ପରେ ରାସୋଳ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମଦ୍ୟପ ଜିତେନ୍ଦ୍ର ଦେହୁରୀଙ୍କୁ ଥାନାରେ ଅଟକ ରଖିଛି ।
ମଦ୍ୟପ ଯୁବକର ଅସାଙ୍ଘାତିକ କାର୍ଯ୍ୟ
