କୋର୍ଟ ସାମ୍ନାରୁ ଚମ୍ପଟ ମାରିଲା କଏଦୀ

ଖୋର୍ଦ୍ଧା, ୨୨/୦୭: କୋର୍ଟ ସାମ୍ନାରୁ ଚମ୍ପଟ ମାରିଲା କଏଦୀ | ଝାରପଡା ଜେଲରେ ବିଚାରାଧୀନ କଏଦୀ ଖୋର୍ଦ୍ଧା କୋର୍ଟରୁ ଫେରାର । ଅଭିଯୁକ୍ତକୁ ଧରିବା ଲାଗି ପୁଲିସ ନାକେଦମ ହୋଇଥିବାବେଳେ ରିପୋର୍ଟ ଲେଖାହେବା ଯାଏଁ ଧରି ପାରିନଥିବା ଜଣାଯାଇଛି ।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା କୁହୁଡି ଫାଣ୍ଡି ଅଞ୍ଚଳ ସୁକାନ୍ତ ନାୟକ ଦୁଇ ବର୍ଷ ଧରି ଟାଙ୍ଗୀ ଥାନା କୁହୁଡି ଫାଣ୍ଡି ଅଂଚଳର ଏକ କେସରେ ଝାରପଡା ଜେଲରେ ସଜା କାଟୁଥିଲେ । ତେବେ ଶନିବାର ଦିନ ଆସାମୀ କୁ ଆଇଓ ସାକ୍ଷୀ ନିମନ୍ତେ ଝାରପଡା ଜେଲରୁ ଖୋର୍ଦ୍ଧା କୋର୍ଟ ପୋଲିସ ଦ୍ୱାରା ଅଣାଯାଇଥିଲା । କୋର୍ଟ ପରିସର ମଧ୍ୟରେ ଆସାମୀର ହାତରୁ ହାତକଡ଼ି ଖୋଲି ଦେବା ପରେ ଆସାମୀ ପୁଲିସକୁ ଚକ୍ମା ଦେଇ ଖସି ଯାଇଥିବା ଖବର ଚାଞ୍ଚଲ୍ୟ ଖେଳିଯାଇଛି । ତେବେ ପୁଲିସ ହାତରୁ ଖସି କଏଦୀ ଜଣକ ଦୀର୍ଘ ସମୟ ଧରି କୋର୍ଟ ଛାତ ଉପରେ ଖସିବା ପାଇଁ ଯୋଜନା କରୁଥିବା ବେଳେ ଶେଷରେ ସଫଳ ହୋଇଛି । କୋର୍ଟ ଛାତ ଉପରକୁ ପ୍ରଥମେ କଏଦୀ ଯାଇଥିଲା ଏବଂ ପରେ ସିଡିରେ ତଳକୁ ଆସି କୌଣସି ମତେ ତଳକୁ ଯିବାରେ ସଫଳ ହେବାରେ କୋର୍ଟ ପଛ ଭାଗର ପାଚେରୀ ଡେଇଁ ଖସିଯିବାରେ ସଫଳ ହୋଇଥିବା କୋର୍ଟ ସିସିଟିଭିରୁ ଜଣାଯାଉଛି । ତେବେ କଏଦୀ ଧରିବା ଲାଗି ସ୍ଥାନୀୟ ପୁଲିସ ଓ କମିଶନରେଟ ପୁଲିସ ଖୋର୍ଦ୍ଧାର ବିଭିନ୍ନ ସ୍ଥାନରେ ଯାଞ୍ଚ କରୁଛନ୍ତି ।

Leave a Reply

Your email address will not be published. Required fields are marked *