ମଧୁମେହ ରୋଗୀଙ୍କୁ ଆମେରିକା ମନା । ଯଦି ଆପଣ ମଧୁମେହରେ ପୀଡିତ ତେବେ ଆପଣଙ୍କୁ ମିଳିବନି ଭିସା । ଖାଲି ମଧୁମେହ ନୁହେଁ ମେଦବହୁଳତା, ଶ୍ୱାସକ୍ରିୟା ଜନୀତ ରୋଗ, ହୃଦରୋଗ, ମେଟାବୋଲିକ ରୋଗ, କର୍କଟ ରୋଗ ଆଦି ହେଲେ ଆପଣ ଯାଇପାରିବେନି ଆମେରିକା । ଟ୍ରମ୍ପ ସରକାରଙ୍କର ଏହା ବଡ଼ ନିର୍ଦ୍ଦେଶ। ହ୍ୱାଇଟ ହାଉସ ପକ୍ଷରୁ ଏହି ନିର୍ଦ୍ଦେଶନାମା ବିଭିନ୍ନ ଦୂତବାସ ଓ କାଉନସିଲର ଅଫିସକୁ ପଠାଯାଇଛି । ତାସହ ଭିସା ଅଧିକାରୀମାନେ ଆବେଦନକାରୀଙ୍କ ପରିବାର ବର୍ଗଙ୍କ ସ୍ୱାସ୍ଥ୍ୟ ମୂଲ୍ୟଙ୍କନ କରି କ୍ଲିୟରାନ୍ସ ଦେବବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହିପରି ଲୋକମାନେ ଆମେରିକାକୁ ଆସିଲେ ଆମେରିକାର ସମ୍ବଳ ନଷ୍ଟ ହେବା ବୋଲ ଏପରି ନିଷ୍ପତି ନେଇଛି ଟ୍ରମ୍ପ ପ୍ରଶାସନ ।
ଆମେରିକାରେ ନୂଆ ନିୟମ
