ବଦଳିଯିବକି ରେଭେନ୍ସା ?

କଟକ : ବଦଳିଯିବ କି ରେଭେନ୍ସା ବିଶ୍ବବିଦ୍ୟାଳୟର ନାଁ ? ବର୍ତ୍ତମାନ ସମୟରେ ରେଭେନ୍ସା ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନର ଯଥେଷ୍ଟ ଆବଶ୍ୟକତା ରହିଛି । ଆଜି ସ୍ବାୟତ୍ତ ଶାସନ ଦିବସ ଉତ୍ସବରେ ଯୋଗଦେଇ ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯେଉଁ ରେଭେନ୍ସାଙ୍କ ନାଁରେ ଏହି ବିଶ୍ବବିଦ୍ୟାଳୟ ତିଆରି ହୋଇଥିଲା ,ବର୍ତ୍ତମାନ ତାଙ୍କ ଭୂମିକା କୁ ନେଇ ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ? ଓଡ଼ିଶାରେ ଯେତେବେଳେ ନଅଙ୍କ ଦୁର୍ଭିକ୍ଷ ଚାଲିଥିଲା ସେତେବେଳେ ସେହି ରେଭେନ୍ସା ବ୍ୟକ୍ତି ଜଣକ ଓଡିଶା ପାଇଁ କରିଥିଲେ କ’ଣ ? ଯେଉଁ ନିଷ୍ଠୁର ବ୍ୟକ୍ତି ଓଡ଼ିଆ ବ୍ୟକ୍ତି ମାନଙ୍କୁ କଷ୍ଟ ଦେଉଥିଲେ, ତାହା କ’ଣ ଆମ ପାଇଁ ଏକ ଗୌରବର ବିଷୟ କି ? ଏଭଳି କିଛି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେବେ ଏହି ବିଶ୍ୱବିଦ୍ୟାଳୟର ନାଁ ବଦଳିବା ମୋର ବ୍ୟକ୍ତିଗତ ମତ ବୋଲି ସେ କହିଛନ୍ତି। ଓଡ଼ିଶାର ବୁଦ୍ଧିଜୀବୀମାନେ ଏହା ଉପରେ ଚିନ୍ତା କରିବା ସହିତ ଏହା ଉପରେ ଏବେ ବିତର୍କ ଆବଶ୍ୟକ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *