ଖୋଲିବ ହ୍ୟୁମାନ ସାଗର ମୃତ୍ୟୁ ରହସ୍ୟ

ଖୋଲିବ ହ୍ୟୁମାନ ସାଗର ମୃତ୍ୟୁ ରହସ୍ୟ । ହ୍ୟୁମାନ ସାଗର ମୃତ୍ୟୁ ଘଟଣାର ହେବ ତଦନ୍ତ । ଡିଜିପିଙ୍କୁ ନିର୍ଦ୍ଦେଶ ଦେଲେ ଗୃହ ବିଭାଗର ସଚିବ। ସୋମବାର ସନ୍ଧ୍ୟାରେ ହ୍ୟୁମାନ ସାଗର ମୃତ୍ୟୁ ରହସ୍ୟ ଖୋଲିବା ପାଇଁ ରାଜ୍ୟ ଗୃହ ବିଭାଗ ସଚିବ ସତ୍ୟବ୍ରତ ସାହୁ ସୋମବାର ସନ୍ଧ୍ୟାରେ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ସିଭିଲ ସୋସାଇଟ ପକ୍ଷରୁ ବିଶ୍ୱନାଥ ପାତ୍ରଙ୍କ ତତ୍ତ୍ୱାବଧାନରେ ଗୃହ ବିଭାଗରେ ଅଭିଯୋଗ ହେବା ପରେ ଗୃହ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ହ୍ୟୁମାନ ସାଗରର ଦେହ ଅସୁସ୍ଥତା ମଧ୍ୟରେ ପ୍ରୋଗ୍ରାମ ବୁକ କିଏ କରୁଥିଲେ, ଦେହ ଅସୁସ୍ଥ ସତ୍ତ୍ୱେ କାହିଁକି ହସ୍ପିଟାଲକୁ ନିଆ ଯାଇନଥିଲା, ହ୍ୟୁମାନ ଆଇସିୟୁରେ ଥିବା ବେଳେ କିଏ କିପରି ଆଇସିୟୁ ଭିତରକୁ ଯାଇଥିଲେ । ତେବେ ସିଭିଲ ସୋସାଇଟି ପକ୍ଷରୁ ପୋଲିସକୁ ହ୍ୟୁମାନଙ୍କ ମୃତ୍ୟୁ ରହସ୍ୟ ଖୋଜିବାକୁ ଦାବି କରାଯିବା ପରେ ଘଟଣାର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *