ଆଠଗଡ଼: ଆଠଗଡ଼ ଥାନା ଅନ୍ତର୍ଗତ ରାଧାଗୋବିନ୍ଦପୁର ପଞ୍ଚାୟତ ଅଧିନ ରାଧାମାଧବପୁର ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଜ୍ବାଇଁର ମାଡରେ ଶାଶୁ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଶାଶୁ ମିନତୀ ଜେନାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଆଠଗଡ ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଅଧିକ ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି। ରାଧାମାଧବପୁର ଗ୍ରାମର ବୁଦ୍ଧିବାସ ଜେନା(୬୫)ଙ୍କ ଜ୍ବାଇଁ ଧାଈପୁର ଗ୍ରାମର ଶ୍ରୀଧର ରାଉତ ଜମି ବାଡ଼ି ବିବାଦକୁ ନେଇ ବୁଧବାର ସନ୍ଧ୍ୟାରେ ତାଙ୍କ ଶାଶୁ ମିନତୀ ଜେନା(୬୦)ଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଆଠଗଡ଼ ଥାନାରେ ଅଭିଯୋଗ ହୋଇଛି। ଶ୍ରୀଧରଙ୍କ ଆକ୍ରମଣରେ ତାଙ୍କର ଦୁଇ ଜଣ ଶଳା ମଧ୍ୟ ଆହତ ହୋଇଥିବା ଅଭିଯୋଗ ହୋଇଛି। ଆଠଗଡ଼ ପୁଲିସ ଏସମ୍ପର୍କରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଜ୍ବାଇଁ ମାଡ଼ରେ ଶାଶୁ ଗୁରୁତର
