ଉଦଳା: ଉଦଳା ଥାନା ୦୧ ନମ୍ବର ଓ୍ବାର୍ଡ ବନ୍ଦସାହି ସପ୍ନେଶ୍ବର ମନ୍ଦିରରେ ଗତକାଲି ବିଳମ୍ବିତ ରାତିରେ ହୋଇଛି ଲୁଟ । ବିଳମ୍ବିତ ରାତିରେ ମନ୍ଦିରରେ ଚୋର ପଶି ଠାକୁରଙ୍କ ସୁନା ଆଖି ଲୁଟି ନେଇଛନ୍ତି । ଶେଷରେ ଠାକୁରଙ୍କୁ ବି ଛାଡିଲେ ନାହିଁ ଲୁଟେରା । ଲୁଟେରାମାନେ ମନ୍ଦିରର ମୁଖ୍ୟ ଗେଟ ତାଲା ଭାଙ୍ଗି ମନ୍ଦିର ଭିତରକୁ ପଶି ମା ଦୁର୍ଗାଙ୍କ ଓ ଶ୍ରୀ ଗଣେଶଙ୍କ ଆଖି, ଚିତ୍ତା ଭଳି ବିଭିନ୍ନ ପୂଜା ସାମଗ୍ରୀ ଲୁଟି ନେଇଛନ୍ତି । ଲୁଟେରାମାନେ ପ୍ରାୟ ୧୫ ହଜାରରୁ ଅଧିକ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି । ଆଜି ସକାଳେ ମନ୍ଦିର ପୂଜକ ପୂଜା ପାଇଁ ମନ୍ଦିରକୁ ପ୍ରବେଶ କରିବା ପରେ ଲୁଟ ହୋଇଥିବା ଜାଣିବାକୁ ପାଇ ମନ୍ଦିର କମିଟି ସଦସ୍ୟଙ୍କୁ ଜଣାଇଥିଲେ । କମିଟି ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦଳା ପୋଲିସକୁ ଖବର ଦେଇଛନ୍ତି । ଖବର ପାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ମନ୍ଦିରକୁ ବି ଛାଡିଲେନି ଲୁଟେରା
