ମାଙ୍କଡ଼ାପଥର ଓ ମୋରମ ଗଦାରୁ ବେଧଡ଼କ ଲୁଟ୍‌

ସୁକିନ୍ଦା ତହସିଲ ଆମ୍ପଳୋବା ପଞ୍ଚାୟତ ଜାମୁପଶି ଗାଁର ସରପଞ୍ଚ ନବଜ୍ୟୋତି ସାହୁଙ୍କ ନାରେ ଅଭିଯୋଗ ହୋଇଛି। ପୋଖରୀ ପାର୍ଶ୍ବରେ ଥିବା ମଙ୍ଗଳା ମନ୍ଦିରରେ ୩ ବର୍ଷ ତଳୁ ପ୍ରଶାସନ ପକ୍ଷରୁ ମାଙ୍କଡ଼ାପଥର ଓ ମୋରମ ଗଦାରୁ ବେଧଡ଼କ ମୋରମ୍‌ ଜବତ କରାଯାଇଥିବା ଅଭିଯୋଗ କରାଯାଇଛି। ଘଟଣାକ୍ରମକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକ‌ାଶ ପାଇଛି । ଉତ୍ତ୍ୟକ୍ତ ଗ୍ରାମବାସୀ ତହସିଲଦାର ଓ ପୁଲିସକୁ ଅଭିଯୋଗ କରି ରାଜସ୍ବ ବିଭାଗ ଓ ପୁଲିସ ପକ୍ଷରୁ ପୁନର୍ବାର ଏସବୁ ଖଣିଜ ସମ୍ପଦକୁ ଦ୍ବିତୀୟ ବାର ଜବତ କରାଯାଇଛି। ଗ୍ରାମବାସୀଙ୍କ ଅଭିଯୋଗ ହେଉଛି ୩ ବର୍ଷ ତଳେ ଜାମୁପଶି ଗାଁର ଉକ୍ତ ଜମିରେ ୨୦ ଲକ୍ଷ ଟଙ୍କା ବ୍ୟୟରେ ଏକ ପୋଖରୀ ଖୋଳା ଯାଇଥିଲା। ହେଲେ ଠିକାଦାର ଏଠାରୁ ବେଆଇନ ଭାବେ ମାଙ୍କଡ଼ାପଥର ଓ ମୋରମ୍‌ ବିକ୍ରି କରୁଥିଲେ। ଏ ସଂପର୍କରେ ଗ୍ରାମବାସୀଙ୍କ ଅଭିଯୋଗ ପରେ ତହସିଲଦାର ଜାମୁପଶି ଗାଁ‌‌ରେ ପହଞ୍ଚି ତଦନ୍ତ କରି ଏକାଧିକ ଗ୍ରାମବାସୀଙ୍କ ସାକ୍ଷ୍ୟ ଗ୍ରହଣ କରିଥିଲେ । ବେଆଇନ ଭ‌ାବେ ଲଘୁ ଖଣିଜ ଉତ୍ତୋଳନ ଓ ବିକ୍ରି କରାଯାଉଥିବା ଜଣାପଡ଼ିବା ପରେ ରାଜସ୍ବ ବିଭାଗ ପକ୍ଷରୁ ଏସବୁକୁ ଜବତ କରାଯାଇ ଠିକାଦାରଙ୍କ ଉପରେ ଜରିମାନା କରାଯାଇଥିଲା । ଏଯାବତ୍ ଜରିମାନା ଅନାଦେୟ ରହିଥିବା ବେଳେପୁଣିଥରେ ବେଧଡ଼କ ମୋରମ୍‌ ଲୁଟ୍‌ ଯୋଜନା କରାଯାଇଥିଲା। ଏଠାରୁ ମୋରମ୍‌ ଉଠାଯାଇ ସଡ଼କରେ ବିଛା ଯାଉଥିବା ଦେଖାଯାଇଥିଲା। ତହସିଲ କାର୍ୟ୍ୟାଳୟ ପକ୍ଷରୁ ଆଉଥରେ ତଦନ୍ତ କରାଯାଇ ମୋରମ୍‌ ଲୁଟ୍‌ ସଂପର୍କରେ ପୁଲିସକୁ ସୂଚନା ଦିଆଯାଇଥିଲା । ସୁକିନ୍ଦା ପୁଲିସ ପହଞ୍ଚି ମୋରମ୍‌ ଉଠାଣ କାର୍ୟ୍ୟକୁ ବନ୍ଦ୍ ରଖିଥିବା ଜଣାପଡ଼ିଛି। ଏ ସଂପର୍କରେ ସୁକିନ୍ଦା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀଙ୍କୁ ପଚାରିବା ପରେ ଘଟଣାକ୍ରମକୁ ନେଇ ତଦନ୍ତ କରାଯାଇଥିବା କହିଥିଲେ । ସେହିପରି ୩ ବର୍ଷ ତଳୁ ଧାର୍ୟ୍ୟ କରାଯାଇଥିବା ଜରିମାନା ଆଦାୟ ହୋଇନଥିବାରୁ ଏହାକୁ ନେଇ ଯାଜପୁର ଖଣି ଉପନିର୍ଦ୍ଦେଶକଙ୍କ ଦୃଷ୍ଟିକୁ ଆଣି କାର୍ୟ୍ୟାନୁଷ୍ଠାନ ପାଇଁ ସୁପାରିଶ କରାଯାଇଛି।

Leave a Reply

Your email address will not be published. Required fields are marked *