ସତେ ଯେମିତି ଓଲିଉଡ ଇଣ୍ଡଷ୍ଟ୍ରିକୁ କାହାର ନଜର ଲାଗିଯାଇଛି । ଜଣେ ପରେ ଜଣେ କଳାକାର ପଡୁଛନ୍ତି ରୋଗରେ । ହସ୍ପିଟାଲ ବେଡ଼ରେ ପଡି ଛଟପଟ ହେଉଛନ୍ତି । ଏ ରୋଗ ପିଛା ଛାଡୁନି କାହାର । ଜଣଙ୍କ ପରେ ଜଣେ ହେଉଛନ୍ତି ରୋଗାକ୍ରାନ୍ତ । ବଢିଚାଲିଛି ହସ୍ପିଟାଲରେ କଳାକାରଙ୍କ ସଂଖ୍ୟା । ଯେମିତି ଗୀତିକାରଙ୍କ ଉପରେ ଭାରିପଡିଛି ଏହି ବର୍ଷ । ପ୍ରଥମେ ଓଲିଉଡର ଫେମସ ଗାୟକ ଓ ମ୍ୟୁଜିକ ଡାଇରେକ୍ଟର ଅଭିଜିତ୍ ମଜୁମଦାରଙ୍କ ପାଳି ପଡିଥିବା ବେଳେ ଏବେ ସବୁଠାରୁ ଦାମୀ କଳାକାର ହ୍ୟୁମାନ ସାଗର । ଓଲିଉଡର ଅରିଜିତ୍ ସିଂ କୁହାଯାଉଥିବା ହ୍ୟୁମାନ ମୃତ୍ୟୁ ସହ କରୁଛନ୍ତି ସଂଘର୍ଷ । କିଡନି ଓ ଲିଭର ଜନୀତ ସମସ୍ୟାରେ ପିଡୀତ ଅଛନ୍ତି ହ୍ୟୁମାନ । ଅଭିଜିତଙ୍କ ସ୍ୱାସ୍ଥବସ୍ଥାରେ ଟିକେ ସୁଧାର ନଆସୁଣୁ ହ୍ୟୁମାନ ହୋଇଛନ୍ତି ମେଡିକାଲରେ ଭର୍ତ୍ତି । ଡାକ୍ଟରଙ୍କ କହିବା ମୁତାବିକ 72 ଘଣ୍ଟା ରହିଛି ହ୍ୟୁମାନ ସାଗରଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଭୁବନେଶ୍ୱରର ଏମସ୍ ଭେଣ୍ଟିଲେଟରେ ତାଙ୍କୁ ଭର୍ତ୍ତି କରାଯାଇଛି । କିଛିଦିନ ହେବ କଟକରେ ଚିକିତ୍ସିତ ହେଉଥିବା ବେଳେ ଦେହ ବହୁତ ଖରାପ ହେବାରୁ ତାଙ୍କୁ ଭୁବନେଶ୍ୱର ଏଏମସକୁ ଅଣାଯାଇଥିଲା । ଏବେ ସେ ସିରିଏସ ଥିବା ଜଣାପଡିଛି । ପୁଅର କଷ୍ଟ ଦେଖିନପାରି ମାଆ ଭୋ ଭୋ ହୋଇ କାନ୍ଦୁଛନ୍ତି । କିପରି ତାଙ୍କ ପୁଅ ଜଲ୍ଲଦି ଭଲ ହୋଇଯିବ ତାକୁ ନେଇ ପ୍ରାର୍ଥନା କରୁଛନ୍ତି ସେ । ତେବେ ଦୁହେଁ କଳାକାର କିପରି ଭଲ ହୋଇ ଫେରିବେ ସେ ନେଇ ସମଗ୍ର ଓଲିଉଡ ଜଗତ ଓ ଫ୍ୟାନ୍ସ ମାନେ ପ୍ରାର୍ଥନା କରୁଛନ୍ତି ।
