ରକ୍ତମୁଖା ବାପା ହାତରେ ବଳି ପଡ଼ିଲା ଝିଅ

ଉତ୍ତର ପ୍ରଦେଶ : ରକ୍ତ ସମ୍ପର୍କରେ ଲାଗିଲା କଳଙ୍କର ଛିଟା । ସଇତାନ ସାଜିଲା ବାପା। ନିଜ ଝିଅକୁ ଅତି ନିର୍ମମ ଭାବେ ହତ୍ୟା କରିଛି ବାପା। ଏଭଳି ଏକ ଅଭାବନୀୟ ଘଟଣା ଉତ୍ତର ପ୍ରଦେଶ ମୋତିପୁର ଅଞ୍ଚଳରେ ଘଟିଛି। ଅଭିଯୁକ୍ତ ବାପା ଓରଫ (ନଇମ ଖାନ) ପ୍ରଥମେ ନିଜ ଝିଅର ତଣ୍ଟି କାଟି ହତ୍ୟା କରିବା ପରେ ଶରୀରରୁ ମୁଣ୍ଡ ଓ ହାତ-ଗୋଡ କାଟି ଅଲଗା କରି ଦେଇଥିବା ଅଭିଯୋଗ ହୋଇଛି। ହତ୍ୟାକାଣ୍ଡ ପରେ ଅଭିଯୁକ୍ତଙ୍କ ପତ୍ନୀ ଥାନାରେ ଏନେଇ ଅଭିଯୋଗ କରିବା ପରେ ବର୍ତ୍ତମାନ ସମ୍ପୂର୍ଣ ଘଟଣା ସାମ୍ନାକୁ ଆସିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି। ପ୍ରେମ ବ୍ୟାପାରକୁ ନେଇ ଜଣେ ବାପା ଏପରି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ସୂଚନା ଅନୁସାରେ, ଅଭିଯୁକ୍ତ ନଇମ ଖାନଙ୍କର ଚାରିଟି ଝିଅ ଅଛନ୍ତି । ହତ୍ୟାର ଶିକାର ହୋଇଥିବା ବଡ ଝିଅଙ୍କ ବୟସ ପାଖାପାଖି ୧୭ ବର୍ଷ ହେଵ। ତାଙ୍କ ବଡଝିଅ ସେ ଗାଁର ଏକ ଯୁବକଙ୍କୁ ପ୍ରେମ କରୁଥିଲେ। ଏପରିକି ତାଙ୍କ ସହ ଦୁଇ ଦୁଇ ଥର ମଧ୍ୟ ଘର ଛାଡି ପଳାଇ ଯାଇଥିଲେ। ଏହି ଘଟଣାକୁ ନେଇ ନଇମ ଖାନ ସର୍ବଦା ଝିଅ ଉପରେ ବିରକ୍ତ ହେବା ସହ ଏହାକୁ ବିରୋଧ କରି ଆସୁଥିଲେ। ନଇମ ମଧ୍ୟ ଯୁବକଙ୍କ ନାଁରେ ପୋଲିସରେ ଅଭିଯୋଗ କରିବା ସହ ପୁଲିସ ମଧ୍ୟ ତାଙ୍କୁ ଗିରଫ କରି ଜେଲରେ ରଖିଥିଲା। କିନ୍ତୁ ଜେଲରୁ ବାହାରିବା ପରେ ପୁଣି ଝିଅ ତାଙ୍କ ସହ ପଳାଇଯିବା ଏବଂ ବଡ଼ ଝିଅର ପ୍ରେମ ସମ୍ପର୍କ ଅନ୍ୟ ପିଲାମାନଙ୍କ ଉପରେ ଏହାର କୁପ୍ରଭାବ ପକାଇବା ଭୟରେ ସେ ଝିଅକୁ ହତ୍ୟା କରିଥିବା ନେଇ ସେ ପୋଲିସ ଆଗରେ ସ୍ୱୀକାର କରିଛନ୍ତି ।

Leave a Reply

Your email address will not be published. Required fields are marked *