ଡାକ୍ତରଙ୍କ ପ୍ରାଇଭେଟ୍‌ ପାର୍ଟ କାଟିଦେଲେ ନର୍ସ

କୋଲକାତା RG କର ମେଡିକାଲରେ ଘଟିଥିବା ଟ୍ରେନି ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ପରେ ହତ୍ୟା ଘଟଣା ଲୋକମାନଙ୍କ ମନରେ ଲିଭିନଥିବା ବେଳେ ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଆଉ ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଜଣେ ଡାକ୍ତର ଓ ତାଙ୍କର ଅନ୍ୟ ଦୁଇ ସହଯୋଗୀ ଜଣେ ନର୍ସଙ୍କ ସହିତ ଦୁଷ୍କର୍ମ କରିବାକୁ ଚେଷ୍ଟା କରୁଥିବା ଡାକ୍ତରଙ୍କ ପ୍ରାଇଭେଟ୍‌ ପାର୍ଟକୁ କାଟି ଦେଇଛନ୍ତି ଉକ୍ତ ନର୍ସ ଜଣଙ୍କ। ଏଭଳି ଏକ ଘଟଣା ବିହାରର ସମସ୍ତୀପୁରର ମୁସ୍ରିଘରାରୀ ପୋଲିସ୍ ଷ୍ଟେସନ ଅଞ୍ଚଳର ଗଙ୍ଗାପୁରରେ ଅବସ୍ଥିତ ଆରବିଏସ୍ ହେଲଥ କେୟାରରେ ଘଟିଛି । ନର୍ସଙ୍କ ଅଭିଯୋଗ ଅନୁସାରେ ଡାକ୍ତରଖାନାର ନିର୍ଦ୍ଦେଶକ ଡକ୍ଟର ସଞ୍ଜୟ କୁମାର ସଞ୍ଜୁ ପ୍ରଥମେ ତାଙ୍କର ଦୁଇ ସହକର୍ମୀଙ୍କ ସହ ମଦ୍ୟପାନ କରିଥିଲେ। ଏହାପରେ ସେମାନେ ନର୍ସଙ୍କୁ ଅସଦାଚରଣ କରିଥିଲେ । ଯେତେବେଳେ ନର୍ସ ଏହାର ପ୍ରତିବାଦ କରିଥିଲେ, ଡାକ୍ତର ତାଙ୍କ ସହ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ । ଡାକ୍ତରଙ୍କ କବଳରୁ ନିଜକୁ ବଞ୍ଚାଇବା ପାଇଁ ନର୍ସ ଜଣଙ୍କ ସାହସ ଦେଖାଇ ସର୍ଜିକାଲ୍ ବ୍ଲେଡ୍‌ରେ ଡାକ୍ତରଙ୍କ ପ୍ରାଇଭେଟ୍‌ ପାର୍ଟ କାଟି ଦେଇଥିବା କହିଛନ୍ତି । ଏହା ପରେ ନର୍ସ ସେଠାରୁ ପଳାଇବାକୁ ଉଦ୍ୟମ କରିବା ବେଳେ ଡାକ୍ତରଙ୍କ ଦୁଇ ସହକର୍ମୀ ନର୍ସଙ୍କୁ ଧରିବା ପାଇଁ ତାଙ୍କ ପଛେ ପଛେ ଗୋଡ଼ାଇଥିଲେ । ପରେ ନର୍ସ ଜଣକ ସମ୍ପୂର୍ଣ ଘଟଣା ବିଷୟରେ ୧୧୨କୁ ଫୋନ୍‌ କରି ସୂଚନା ଦେଇଥିଲେ । ନର୍ସଙ୍କ ଅଭିଯୋଗ ଆଧାରରେ ଏସପି ବିନୟ ତିୱାରୀଙ୍କ ନିର୍ଦ୍ଦେଶରେ ପୋଲିସର ଏକ ଟିମ୍ ଚଢ଼ାଉ କରି ଡାକ୍ତରଙ୍କୁ ଗିରଫ କରିବା ସହିତ ଅଭିଯୁକ୍ତକୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଛି ।

Leave a Reply

Your email address will not be published. Required fields are marked *