ଜୋରଦାର ହେଲା ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବି

ବିହାର : ପୁଣି ଜୋର ଧରିଲା ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବି। କେନ୍ଦ୍ର ସରକାରଙ୍କ ଦ୍ବାରା ରାଜ୍ୟକୁ ସ୍ୱତନ୍ତ୍ର ମାନ୍ୟତା ଦେବାକୁ ମନା କରିବା ବିରୋଧରେ ରାଜ୍ୟବ୍ୟାପୀ ଆନ୍ଦୋଳନ ଆରମ୍ଭ କରିବାକୁ ଅଗଷ୍ଟ ୧୨ ତାରିଖରୁ ବିହାର ପ୍ରଦେଶ କଂଗ୍ରେସ କମିଟି ନିଷ୍ପତ୍ତି ନେଇଛି। ଆଜି ଏହାକୁ ଘୋଷଣା କରିଛନ୍ତି କଂଗ୍ରେସ ବିହାର ୟୁନିଟ୍ ମୁଖ୍ୟ ଅଖିଳେଶ ପ୍ରସାଦ ସିଂ। ଏହାସହ ବିହାରକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ନ ଦେବା ରାଜ୍ୟ ପ୍ରତି ଏକ ଅନ୍ୟାୟ ହେବା ସହ କେନ୍ଦ୍ର ର ଏଭଳି ପଦକ୍ଷେପକୁ କଂଗ୍ରେସ ଦଳ ଗ୍ରହଣ କରିବ ନାହିଁ ବୋଲି ସେ କହିଛନ୍ତି । ଆସନ୍ତା ଅଗଷ୍ଟ ୧୩ ଏବଂ ୧୪ରେ କଂଗ୍ରେସ ର କର୍ମୀମାନେ ବିହାରକୁ ସ୍ୱତନ୍ତ୍ର ମାନ୍ୟତା ନ ଦେବା ବିରୋଧରେ ସମସ୍ତ ବ୍ଲକ ମୁଖ୍ୟାଳୟ ଏବଂ ଜିଲ୍ଲା ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟ ବାହାରେ ଧର୍ମଘଟରେ ବସିବେ। ସେହିପରି ଅଗଷ୍ଟ ୧୪ ପରେ ରାଜ୍ୟ କଂଗ୍ରେସ ରାଜ୍ୟବ୍ୟାପୀ ଆନ୍ଦୋଳନ କାର୍ଯ୍ୟକ୍ରମ କରିବ ବୋଲି ଘୋଷଣା ହୋଇଛି । କେନ୍ଦ୍ରରେ ଏନଡିଏ ସରକାରଙ୍କ ସହଯୋଗୀ ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ପାଇଁ ସ୍ୱତନ୍ତ୍ର ମାନ୍ୟତା ପାଇବାରେ ସମ୍ପୂର୍ଣ ଭାବରେ ବିଫଳ ହୋଇଛନ୍ତି। କଂଗ୍ରେସ ରାଜ୍ୟ ସଭାପତି କହିଛନ୍ତି ବିହାର ପ୍ରତି କରାଯାଉଥିବା ବୈମାତୃକ ମନୋଭାବ ଉପରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କାହିଁକି ଚୁପ୍ ଅଛନ୍ତି ? ଏବଂ ତାଙ୍କର ଅସହାୟତାର କାରଣ କ’ଣ ? ବର୍ତ୍ତମାନ ବିହାରର ଲୋକମାନେ ଆପଣଙ୍କର ସହାୟତାର କାରଣ ଜାଣିବାକୁ ଚାହାନ୍ତି ବୋଲି ଅଖିଳେଶ ପ୍ରସାଦ ସିଂ କହିଛନ୍ତି।
ବଜେଟ ରେ ବିହାର ପାଇଁ ସ୍ବତନ୍ତ୍ର ପ୍ୟାକେଜ୍ ନାମରେ କେନ୍ଦ୍ର ପ୍ରତାରିତ କରିଛି ବୋଲି ଅଖିଳେଶ ପ୍ରସାଦ ସିଂ କହିଛନ୍ତି ।

Leave a Reply

Your email address will not be published. Required fields are marked *