ବିଦ୍ୟାଳୟରେ ଚାଲିଗଲା ଶିଶୁର ଜୀବନ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ପେଣ୍ଡରବନ୍ଦ ପାଞ୍ଚଯାତର ଧରମସାଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଶିଶୁ ବିଦ୍ୟାଳୟରେ ଖେଳୁଥିବା ସମୟରେ ମୃତ୍ୟୁବରଣ କରିଛି। ତେବେ ମନୋଜ ଶବର ଦ୍ୱିତୀୟ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ପ୍ରାର୍ଥନା ହେବା ପୂର୍ବରୁ ଖେଳୁଥିବା ସମୟରେ ମତ୍ୟୁ ଘଟିଥିବା କୁହାଯାଉଛି। ଶୁକ୍ରବାର ୧୦ଟା ସମୟରେ ମନୋଜ ସାଙ୍ଗମାନଙ୍କ ସହ ବିଦ୍ୟାଳୟ ପରିସରରେ ଖେଳୁଥିବା ସମୟରେ ତଳେ ପଡ଼ିଯାଇଥିଲେ। ତାଙ୍କୁ ଉଦ୍ଧାର କରି କୋମନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯିବାପରେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଖବର ପାଇ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶକ୍ରମେ କୋମନା BEO ଓ CRCC ଯାଇ ତଦନ୍ତ କରିଥିଲେ। ତେବେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ପ୍ରଧାନଶିକ୍ଷକଙ୍କ ସମେତ ୩ ଜଣ ଶିକ୍ଷକ କାଯ୍ୟରୁ ନିଲମ୍ବିତ ହେବା ସହ ୩ ଜଣଙ୍କ ନାଁରେ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ଏହାକୁ ନେଇ ସମସ୍ତଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଉ ବୋଲି ସାଧାରଣରେ ଦାବି ହୋଇଛିl ତେବେ ସମସ୍ତ ଶିକ୍ଷକଙ୍କୁ ସ୍କୁଲରୁ ବହିଷ୍କାର କରିବା ପାଇଁ ସ୍କୁଲ ସାମ୍ନାରେ ଧାରଣା ଦେଇଛନ୍ତି ଗାଁ smc କମିଟି ଓ ଛାତ୍ରଛାତ୍ରୀl ଆଗାମୀ ଦିନରେ କାର୍ଯ୍ୟନୁଷ୍ଠାନ ହେଉଛି ନା ନାହିଁ ତାହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *