ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ତଳମୁହାଁ ପାରଦ। 1 ଡ଼ିଗ୍ରୀ ତଳକୁ ଖସିଲା ରାତ୍ରି ତାପମାତ୍ରା। ଗତ କାଲି ସକାଳ 5ଟା 30ରେ 16 ଡ଼ିଗ୍ରୀ ରେକର୍ଡ ହୋଇଥିବା ବେଳେ ଆଜି 14.8 ଡ଼ିଗ୍ରୀ ରେକର୍ଡ ହୋଇଛି। ଭୁବନେଶ୍ୱର ସମେତ ରାଜ୍ୟରେ ଅନେକ ସ୍ଥାନରେ ପାରଦ ସ୍ୱାଭାବିକଠାରୁ 5 ଡ଼ିଗ୍ରୀ କିମ୍ଵା ଆହୁରି କମ ରେକର୍ଡ ହୋଇଛି। ଗତ କାଲି ସର୍ବନିମ୍ନ ତାପମାତ୍ରା 14.8°C ରହିଛି ।
ସେହିପରି ପ୍ରମୁଖ ରାତ୍ରି ତାପମାତ୍ରା:-
ରାଉରକେଲା 10.2°C, ଝାରସୁଗୁଡା 10.3°C, କେନ୍ଦୁଝର 11.6°C, ସମ୍ବଲପୁର 13.5°C, ହୀରାକୁଦ 14.5°C, ଭୁବନେଶ୍ୱର 14.8°C, ବାଲେଶ୍ୱର 16°C, ପାରାଦ୍ୱୀପ 16.2°C, ଗୋପାଳପୁର 16.6°C, ଚାନ୍ଦବାଲି 16.6°C, ପୁରୀ 18°C ରେକର୍ଡ।
ରାଜଧାନୀରେ ପୁଣି ତଳମୁହାଁ ପାରଦ
