ନୂଆପଡ଼ାରେ ଆଜି ସରିବ ପ୍ରଚାର

ନୂଆପଡା: ଆଜି ଅନ୍ତିମ ଦିନ ଥିବାରୁ କ୍ୟାମ୍ପେନରେ କମ୍ପୁଛି ନୂଆପଡା। ନୂଆପଡା ଗଡ଼ ଜିତିବାକୁ ଜି ଜାନ ଲଗାଇଛନ୍ତି 3ଦଳ। ଅପରାହ୍ନ 4ଟାରୁ ଲାଗୁ ହେବ ସାଇଲେନ୍ସ ପିରିୟଡ଼। ନୀରବ ଅବଧି ପୂର୍ବରୁ ପ୍ରଚାର ଶେଷ କରିବାକୁ ନିର୍ଦ୍ଦେଶ। ବାହାର ଲୋକଙ୍କୁ ନୂଆପଡା ଛାଡିବାକୁ କଡା ନିର୍ଦ୍ଦେଶ। ଭୋଟିଂର 48 ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ। ନିର୍ବାଚନ ସମ୍ପର୍କିତ କଣ୍ଟେଣ୍ଟ ପ୍ରସାରଣ ନ କରିବାକୁ ଅପିଲ। ଶାନ୍ତିପୂର୍ଣ୍ଣ ପରିବେଶରେ ମତଦାନ କରିବାକୁ ନିର୍ଦ୍ଦେଶ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶନାମା ଜାରି। ଆଜି କୋମନାରେ ସ୍ନେହାଙ୍ଗିନୀ ଛୁରିଆଙ୍କ ରାଲି। ମଇଦାନରେ ଏଥର କଡା ଟକ୍କର। ବନ୍ଦ ରହିବ ସାଧାରଣ ସଭା ଓ ଶୋଭାଯାତ୍ରା। ନଭେମ୍ବର 14ରେ ନେତାଙ୍କ ଭାଗ୍ୟ ଫଳ।

Leave a Reply

Your email address will not be published. Required fields are marked *