ରାସ୍ତା ତଳକୁ ଖସିଲା ବସ୍

ଭଦ୍ରକ : ଔପଦାରୁ ଭୁବନେଶ୍ବର ଯାଉଥିବାବେଳେ ଆଗରପଡା ବରପଦା ରାସ୍ତାର ଧୋବା ଗଡିଆ ଛକରେ ଭାରସାମ୍ୟ ହରାଇ ବସଟି ତଳକୁ ଖସି ପଡିଲା । ଓଭରଟେକ କରୁ କରୁ ରାସ୍ତା ତଳକୁ ଖସିପଡିଲା ବସ୍ । ଅଳ୍ପକେ ବର୍ତ୍ତିଲେ ଶହେରୁ ଅଧିକ ଯାତ୍ରୀ । ତେବେ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଶହେରୁ ଅଧିକ ଯାତ୍ରୀମାନେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ପରେ ବସରେ ଥିବା ଯାତ୍ରୀ ମାନଙ୍କ ମଧ୍ୟରୁ ଅନେକ ନିଜ ନିଜ ଘରକୁ ଫେରି ଯାଇଥିବା ବେଳେ ଆଉ କେତେକ ବସରେ ଭୁବନେଶ୍ୱର ଯିବା ପାଇଁ ସେଠାରେ ରହିଛନ୍ତି । ଘଟଣାସ୍ଥଳରେ ଆଗରପଡା ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *