ଓଲଟିଲା ବୋଲବମ ଭକ୍ତଙ୍କ ବସ

ପାଣିକୋଇଲି, ୨୩/୦୭: ଶ୍ରାବଣ ମାସର ଆରମ୍ଭରୁ ଘଟିଲା ବଡ ଅଘଟଣ | ଓଲଟିଲା ବସ | ଅଳ୍ପକେ ବର୍ତ୍ତିଲେ ଶତାଧିକ ବୋଲବମ ଭକ୍ତ | ବୋଲବମ ଭକ୍ତଙ୍କୁ ନେଇ ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ | ଟଳି ଗଲା ବଡ଼ ବିପଦ | ପାଣିକୋଇଲି ଥାନା ଅଧିନ ୨୦ନଂ ଜାତୀୟ ରାଜପଥ ଚାନ୍ଦପୁର ନିକଟରେ ବୋଲବମ ନେଇ ଯାଉଥିବା ଏକ ଘରେଇ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି |

ସୂଚନା ଅନୁଯାଇ ଗତକାଲି ବିଳମ୍ବିତ ରାତିରେ ଆନନ୍ଦପୁରରୁ ବୋଲବମ ଭକ୍ତ ମାନଙ୍କୁ ନେଇ ଯାଉଥିବା ସମୟରେ ପାଣିକୋଇଲି ଥାନା ଚାନ୍ଦପୁର ନିକଟରେ ଭାରସାମ୍ୟ ହରାଇ ଡିଭାଇଡର ଉପରକୁ ଚଢି ବସଟି ଓଲଟି ପଡିଥିଲା | ଯାହା ଫଳରେ ସେଥିରେ ଥିବା ୧୭ଜଣ ସାମାନ୍ୟ ଆହତ ହୋଇଛନ୍ତି | ବୋଲବମ ଭକ୍ତ ଗୋଖନେସ୍ୱର ରୁ ପାଣି ଉଠାଇ ପୁରୀ ଯିବା ପାଇଁ ବାହାରିଥିଲେ, ହେଲେ ବାଟରେ ଓଲଟି ପଡିଲା ବସ | ଆହତଙ୍କୁ ପାଣିକୋଇଲି ପୋଲିସ, ପେଟ୍ରୋଲିଙ୍ଗ ପୁଲିସ ସହ ହେଲ୍ପିଙ୍ଗ୍ ଗ୍ରୁପ ର ସଦସ୍ୟମାନେ ପହଁଚି ସମସ୍ତଙ୍କୁ ମେଡିକାଲକୁ ସ୍ଥାନାନ୍ତରିତ କରିଛନ୍ତି | କାହାର କୌଣସି ବିଶେଷ କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି | ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବା ଖବର ମିଳିଛି |

Leave a Reply

Your email address will not be published. Required fields are marked *