ଗଜାନନଙ୍କ ଆଗମନ

ପାଖେଇ ଆସିଲାଣି ପ୍ରଭୁ ଗଣେଶଙ୍କ ପୂଜା । ଅଗ୍ରପୂଜ୍ୟ ପ୍ରଭୁ ଗଜାନନଙ୍କ ପୂଜାକୁ ନେଇ ସବୁଠି ଚଳଚଞ୍ଚଳ । ମୂର୍ତ୍ତି କାରିଗର ମଧ୍ୟ୍ୟ ଗଣେଶ ମୂର୍ତ୍ତି ତିଆରି କରିବାରେ ବ୍ୟସ୍ତ । ବିଶେଷକରି କାର୍ଟୁନ ଗଣେଶ ମୂର୍ତ୍ତି ପ୍ରତି ଲୋକଙ୍କର ଅଧିକ ଚାହିଦା ରହିଛି । ଏଥିସହ ମହାରାଷ୍ଟ୍ର ପେଟେନ, ଲାଲବାଗ ରାଜା, ସିଦ୍ଧି ବିନାୟକ ଡିଜାଇନ ଭଳି ମୂର୍ତ୍ତି ଳିକଙ୍କ ଚାହିଦା ରହିଛି । ଗଣେଶ ପୂଜାର ୨ ମାସ ପୂର୍ବରୁ ମୂର୍ତ୍ତି କାରିଗରମାନେ ମାଟି ଆଣି ମୂର୍ତ୍ତି କାମ ଆରମ୍ଭ କରନ୍ତି । ଚଳିତ ବର୍ଷ ଗଣେଶ ମୂର୍ତ୍ତିର ଦାମ ୧୦୦ ଟଙ୍କାରୁ ଆରମ୍ଭ କରି ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି । ଲୋକଙ୍କ ଚାହିଦାକୁ ଲକ୍ଷ୍ୟ କରି ଉଚିତ ମୂଲ୍ୟରେ ପ୍ରଭୁ ଗଣେଶଙ୍କ ମୂର୍ତ୍ତିକୁ ବିକ୍ରିକରି ଭଲ ଦୁଇ ପଇସା ରୋଜଗାର କରିବେ ମୂର୍ତ୍ତି କାରିଗରମାନେ । ଚଳିତବର୍ଷ ଗଣେଶ ପୂଜା ବେଶ ଜମିବ ବୋଲି ଆଶା ବାନ୍ଧିଛନ୍ତି ସମସ୍ତେ । ମୂର୍ତ୍ତି କାରିଗରଙ୍କ ଦ୍ଵାରା ତିଆରି କାର୍ଟୁନ ଗଣେଶ ବେଶ ଆକର୍ଷଣୀୟ ହୋଇଥିବା ବେଳେ ଏହା ଲୋକଙ୍କ ପ୍ରଥମ ପସନ୍ଦ ହୋଇଛି । ଗଣେଶ ପୂଜା ଯେତେ ପାଖେଇ ଆସୁଛି ମୂର୍ତ୍ତି କାରିଗରଙ୍କ କାମ ମଧ୍ୟ ସେତିକି ବଢିବାରେ ଲାଗିଛି । ସେଥିପାଇଁ ତୂଳୀରେ ଶେଷ ସ୍ପର୍ଶ ଦେବା ପାଇଁ କାରିଗରମାନେ ଦିନରାତି ପରିଶ୍ରମ କରୁଛନ୍ତି ।

Leave a Reply

Your email address will not be published. Required fields are marked *