କଳାହାଣ୍ଡି: ଅଞ୍ଚଳବାସୀଙ୍କ ଅଭିଯୋଗକୁ ବେଖାତିର କରୁଛନ୍ତି ଠିକାଦାର ଓ ଯନ୍ତ୍ରୀ । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଆତ୍ମସାତ, ଠିକାଦାର ମାଲେମାଲ, ମାସେ ବି ଗଲା ନି ପିଚୁ ରାସ୍ତା। କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ପାଇକକେନ୍ଦୁ ମୁଣ୍ଡି ଗ୍ରାମ ପଞ୍ଚାୟତରେ ଘଟିଛି ଏପରି ଘଟଣା । ଗ୍ରାମ ପଞ୍ଚାୟତର ପାଇକ କେନ୍ଦୁମୁଣ୍ଡି ଠାରୁ କପୁରମାଳ ଗାଁକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତା କାମ କରାଯାଇଥିଲା। ହେଲେ କାମ ଆରମ୍ଭ ହୋଇ ଅଳ୍ପ ଦିନ ଭିତରେ ପିଚୁ ହାତରେ କାଢିଲେ ବାହାରି ପଡୁଛି। କେବଳ ମାଟି ଉପରେ ପିଚୁ ପକାଇ ଠିକା ସଂସ୍ଥାର ମଧୁଚନ୍ଦ୍ରିକାରେ ମାଳାମାଳ ହେଉଛନ୍ତି ଠିକାଦାର ଓ ଯନ୍ତ୍ରୀ । ଗାଁ ଗହଳି ଲୋକଙ୍କୁ ପ୍ରାଧାନ୍ୟ ଦେଇ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ହେଲେ ଏହାର ସ୍ଥିତି କିଛି ଅଲଗା। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ଅଧିକାରୀମାନେ କିପରି ଅନୁଧ୍ୟାନ କରୁଛନ୍ତି, ବିଭାଗୀୟ ଯନ୍ତ୍ରୀ, କାହିଁକି ଠିକାଦାର ବିରୁଦ୍ଧରେ ନିଆଯାଉ ନାହିଁ କାର୍ଯ୍ୟାନୁଷ୍ଠାନ। ଗାଁଠୁ ସହର ସରକାର ଗ୍ରାମ୍ୟ ଉନ୍ନୟନ ସଡକ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, କିନ୍ତୁ ବାସ୍ତବକି ଚିତ୍ର କିଛି ଅଲଗା । ଏଠାରେ ଠିକାଦାର ମାଲେମାଲ ହେଉଥିବାବେଳେ ନିରୂପାୟ ଅବସ୍ତାରେ ବିଭାଗୀୟ ଅଧିକାରୀ ।
PM ଗ୍ରାମ୍ୟ ସଡକ ଯୋଜନାରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଆତ୍ମସାତ
